ଅପୂର୍ବ ଉତ୍ସାହ ମଧ୍ୟରେ ଆରଏସପିର ‘ହର ଘର ତ୍ରିରଙ୍ଗା’ ଅଭିଯାନ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଆରମ୍ଭ ହୋଇଥିବା ‘ହର ଘର ତ୍ରିରଙ୍ଗା’ ଅଭିଯାନ ଉଭୟ ଇସ୍ପାତ କାରଖାନା ଭିତରେ ଏବଂ ସହରାଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଉତ୍ସାହିତ କରିଛି।

ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ଏହାର ଜୟ ଜୟକାର କରି ଏକ ପଦଯାତ୍ରାରେ ସାମିଲ ହୋଇଥିଲେ।

ତ୍ରିରଙ୍ଗା ଆଲୋକମାଳାରେ ସଜ୍ଜିତ ଆରଏସପିର ମହତ୍ତ୍ଵପୂର୍ଣ୍ଣ ଅଟ୍ଟାଳିକା, ସହରାଞ୍ଚଳର ରିଙ୍ଗ ରୋଡର ବିଭିନ୍ନ ଗୋଲେଇ ଛକ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଉତ୍ସବର ମନୋଭାବ ସୃଷ୍ଟି କରୁଛି। ବହୁ ସଂଖ୍ୟାରେ ଉତ୍ସାହୀ କର୍ମଚାରୀ ନିଜନିଜ ଘରେ ପତାକା ଉତ୍ତୋଳନ କରି ଏହି ପର୍ବରେ ସାମିଲ ହୋଇଛନ୍ତି।

ଇସ୍ପାତ କାରଖାନା ଭିତରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଶାସନିକ ଭବନ ଏବଂ ପ୍ଲାଣ୍ଟର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଗେଟ୍ ଏବଂ କୋଠାଗୁଡ଼ିକୁ ତ୍ରି ରଙ୍ଗ ଆଲୋକରେ ସଜାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!