ଜ୍ଞାନାଲୋକ ସାମାଜିକ ଅନୁଷ୍ଠାନ ପକ୍ଷରୁ ‘ସମୃଦ୍ଧ ରାଉରକେଲା-ମୋ ସ୍ୱପ୍ନର ସହର’ ଶୀର୍ଷକ ଆଲୋଚନା ଚକ୍ର
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଜ୍ଞାନାଲୋକ ପକ୍ଷରୁ ସ୍ଥାନୀୟ ଭଞ୍ଜଭବନଠାରେ ‘ସମୃଦ୍ଧ ରାଉରକେଲା-ମୋ ସ୍ୱପ୍ନର ସହର’ ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୋଗଦେଇଥିଲେ। ଏହା ସହିତ କାର୍ଯ୍ୟକ୍ରମର ଉଦ୍ଘାଟକଭାବେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥିଭାବେ ଏନ୍ଆଇଟି, ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓ, ରିମ୍ସର ସମ୍ପାଦକ ଡ ଆର୍ଯ୍ୟ ପଟ୍ଟନାୟକ, ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଡ ସନାତନ ପ୍ରଧାନ, ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ବେହେରା, ଯୁବ ଶିଳ୍ପୋଦ୍ୟୋଗୀ ରଜତ କର, ଯୁବ ଆଇନଜୀବୀ ରାଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଜ୍ଞାନାଲୋକ ସଙ୍ଗଠନର ସଭାପତି ଡ ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜ୍ଞାନାଲୋକର ସମ୍ପାଦକ ଜ୍ଞାନରଞ୍ଜନ ନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ପରିବର୍ଦ୍ଧିତ ରାଉରକେଲା ମ୍ୟାପ୍କୁ ଉନ୍ମୋଚନ କରିଥିଲେ। ଏଥିରେ ଯୋଗଦେଇଥିବା ଅତିଥି ଓ ବକ୍ତାମାନେ ରାଉରକେଲା ସହରର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ରାଉରକେଲାରେ ରାଉରକେଲା ଇସ୍ପାତ କାରଖାନାର ସ୍ଥାପନା ଓ ପରବର୍ତ୍ତୀ ଅବସ୍ଥା ଏବଂ ସହରର ରୂପରେଖ ପରିବର୍ତ୍ତନ, ବ୍ୟବସାୟ ଓ ବାଣିଜ୍ୟ, ରାଉରକେଲା ସ୍ମାର୍ଟ ସିଟି ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ।