ସମାଜସେବୀ ତଥା ଅଧ୍ୟାପିକାଙ୍କ ଦ୍ବାରା ସାମାଜିକ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ସମାଜସେବୀ ତଥା ଅଧ୍ୟାପିକା ଶୈଳବାଳା ଷଡଙ୍ଗୀ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈ।ତିକ ଶିଶୁ ସେବା ଆଶ୍ରମ ଠାରେ ଥିବା ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ ସହ ନୂତନ ଶିକ୍ଷା ପଦ୍ଧତି,ସ୍ବାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ ସୁରକ୍ଷା ସମ୍ପର୍କରେ ଭାବ ବିନିମୟ ଓ ଆଲୋଚନା କରିଥିଲେ। ଏଥିସହ ଅନ୍ତେବାସୀଙ୍କ ଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଗତ ଇଂରାଜୀ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଭା ନିମନ୍ତେ ଆଶ୍ରମ ର ଛାତ୍ର ଛାତ୍ରୀ ଙ୍କୁ ମେଧାବୀ ପୁରସ୍କାର ପ୍ରଦାନ କରି ଥିଲେ।

ସୂଚନାଯୋଗ୍ୟ ଯେ ସୁଶ୍ରୀ ଷଡଙ୍ଗୀ ବର୍ତ୍ତମାନ ବାଣିଜ୍ୟରେ ଗବେଷଣା କରିବା ସହିତ ଜଣେ ସୁଲେଖିକା ସହିତ ସହରରେ ବିଭିନ୍ନ ସେବା କାର୍ଯ୍ୟ ଯଥା:- ପରିବେଶ,ବୃକ୍ଷ,ବନ୍ୟ ଏବଂ ଘରୋଇ ଜୀବ ଜନ୍ତୁ ସେବା ଆଦି ସାମାଜିକ ଶିକ୍ଷା ମୂଳକ ସେବା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଥିପାଇଁ ସେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ତରଫରୁ ସମ୍ମାନିତ ହେବା ସହ ରାଜ୍ୟସରକାର ଙ୍କ ଠାରୁ ବିଜୁପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ,ପ୍ରକୃତି ବନ୍ଧୁ ପୁରସ୍କାର ଭଳି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!