ଚୈତ୍ର ମାସର ଷଷ୍ଠୀ
1 min read
ଗୋଟିଏ ଚୈତ୍ର ମାସ ଓ ଅନ୍ୟଟି କାର୍ତ୍ତିକ ମାସରେ। ୪ଦିନ ବ୍ୟାପି ଏହି ଉତ୍ସବକୁ ବିହାରୀ ସମ୍ପ୍ରଦାୟ ବେଶ ଉତ୍ସାହର ସହିତ ପାଳନ କରିଥାନ୍ତି। ଦିନ ତମାମ ନିର୍ଜଳା ଉପବାସ ରହି ସମ୍ପ୍ରଦାୟର ମହିଳାମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଜଳ ସ୍ପର୍ଷ କରିଥାନ୍ତି। ଶୁକ୍ଳ ପକ୍ଷ ସପ୍ତମ ତିଥିରେ ଉଦୟ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରି ଷଠି ମାତା ଙ୍କ ନିକଟରେ ସନ୍ତାନ ରକ୍ଷା, ପୁରା ପରିବାର ର ସୁଖ, ଶାନ୍ତି କାମନା କରିଥାନ୍ତି। ଚୈତ୍ର ମାସର ଷଷ୍ଠୀ ଅର୍ଥାତ୍ ସୋମବାର ଅସ୍ତଗାମୀ ସୂର୍ଯ୍ୟ ଓ ମଙ୍ଗଳବାର ଅର୍ଥାତ୍ ସପ୍ତମୀ ଉଦିତ ସୂର୍ଯ୍ୟଙ୍କୁ ଏହି ଅବସରରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ପୂଜାର୍ଚ୍ଚନା କରାଯାଇଛି। ଏହିରେ ବିହାର ରାଜ୍ୟର ମୂଳବାସିନ୍ଦାଙ୍କ ଅନ୍ୟମାନେ ସାମିଲ ହୋଇଥିଲେ।