ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ଯାଞ୍ଚ ହୋଇଥିଲା।

1 min read
Spread the love

ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ସହରର ଆମ୍ବାଗାନ ଏବଂ ୧୪ ନମ୍ବର ସେକ୍ଟର ଡି ପି ଏସ୍ ଛକରେ ଏହି ଯାଞ୍ଚ ହୋଇଥିଲା। ବିଶେଷ କରି ସ୍କୁଲ ନିକଟରେ ଗାଡି ଯାଞ୍ଚ ହୋଇଥିଲା। ସ୍କୁଲ ଯାଉଥିବା ନାବାଳକ ଛାତ୍ର ଛାତ୍ରୀଙ୍କୁ ଗାଡି ଚଳାଇବାରୁ ନିବୃତ୍ତ ରଖିବା ଏହି ଯାଞ୍ଚର ଉଦ୍ଦେଶ୍ୟ ବୋଲି ସୂଚନା ଦିଆଯାଇଛି। ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀ ବିଭାଭଞ୍ଜନ ସାମନ୍ତସିଙ୍ଘରାୟଙ୍କ ନେତୃତ୍ୱରେ ଏହି ମୋଟର ଯାନ ଯାଞ୍ଚ ବେଳେ ୬୦ଟି ମଟର ଯାନ ଉଲଙ୍ଘନ ମାମଲା ଦାୟର ହୋଇଛି।ଏହା ସହିତ ୧୦ ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ସୂଚନା ମୁତାବକ ଆସନ୍ତା ଦିନରେ ଏହିଭଳି ଯାଞ୍ଚ ଜାରି ରହିବ। ଏହା ସହିତ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶ ମୁତାବକ ଅପ୍ରେଲ ୧ ରୁ ଅପ୍ରେଲ ୭ ପର୍ଯ୍ୟନ୍ତ ଯାନବାହନ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯିବ।

Leave a Reply

Your email address will not be published. Required fields are marked *

error: Content is protected !!