ଗୁରୁ ନାନକ ସ୍କୁଲ୍ର ଶତାଧିକ ଛାତ୍ରଛାତ୍ରୀ ପରିଦର୍ଶନ କଲେ ଗୃହସ୍ଥୀ ଉଦ୍ୟୋଗ
1 min readରାଉରକେଲା ସହରର ଅନ୍ୟତମ ପ୍ରତିଷ୍ଠିତ ଉଦ୍ୟୋଗ ସଂସ୍ଥା ପୁରୁଣା ଛେଣ୍ଡ୍ ସ୍ଥିତ ଗୃହସ୍ଥୀ ଉଦ୍ୟୋଗକୁ ରାଉରକେଲା ସହରର ଗୁରୁ ନାନକ ସ୍କୁଲ, ସେକ୍ଟର – ୨୧ ର ଷଷ୍ଠ ଶ୍ରେଣୀର ୧୬୦ଜଣ ଛାତ୍ରଛାତ୍ରୀ ୪ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନେତୃତ୍ବରେ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ମାଧ୍ୟମରେ ଛାତ୍ରଛତ୍ରୀମାନେ ଆମର ଉତ୍ପାଦନ ଏବଂ ପ୍ୟାକେଜିଂ ୟୁନିଟ୍ ଗୁଡ଼ିକ ସହିତ ମସଲା ଉତ୍ପାଦନ ସମ୍ପର୍କୀତ ଅନେକ ଜଟିଳ ପ୍ରକ୍ରିୟାଗୁଡ଼ିକ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଉଦ୍ୟୋଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗଣେଶ ପ୍ରସାଦ ବାଗାଡ଼ିଆ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ବାଗାଡ଼ିଆ ଓ ଶ୍ରୀ ଅଗ୍ରୱାଲ କଠିନ ପରିଶ୍ରମ ଏବଂ ସ୍ଥିରତା ଉପରେ ଗୁରୁତ୍ୱ ଦେଇ କମ୍ପାନୀର ବିଭିନ୍ନ କାର୍ଯ୍ୟ ସମ୍ପର୍କୀତ ବିଭିନ୍ନ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। ଏହି ପରିଦର୍ଶନ ଅବସରରେ ଛାତ୍ରଛାତ୍ରୀମାନେ ଉଦ୍ୟୋଗ ନିକଟସ୍ଥ ପୁଷ୍ପ ବାଟିକାରେ ରଙ୍ଗୀନ ଫୁଲ ଓ ସବୁଜ ବୃକ୍ଷରାଜି ସମ୍ବଳିତ ଏକ ସୁନ୍ଦର ଉଦ୍ୟାନ ଦେଖି ବିଭୋର ହୋଇଥିଲେ। ପୁଷ୍ପ ବାଟିକାର ଶାନ୍ତ ଓ ପ୍ରସନ୍ନ ପରିବେଶ ଛାତ୍ରମାନଙ୍କ ପାଇଁ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା। ସେଠାରେ ସେମାନେ ପ୍ରକୃତି ସହିତ ସଂଯୋଗ ସ୍ଥାପନ କରିବା ଓ ପରିବେଶକୁ ସଫା ଓ ସବୁଜ ରଖିବାର ମହତ୍ତ୍ଵ ସମ୍ପର୍କରେ ଅବଗତ ହୋଇଥିଲେ।

ଏହାସହିତ ଛାତ୍ରଛାତ୍ରୀମାନେ ଶ୍ରୀଗୋମନ୍ଦିର ଗୋଶାଳାକୁ ପରିଦର୍ଶନ କରିବା ସହ ଗୋମାତାମାନଙ୍କ ରକ୍ଷଣାବେକ୍ଷଣ ଓ ସୁରକ୍ଷା ବିଷୟରେ ଜାଣିବାର ସୁଯୋଗ ପାଇଥିଲେ। ମଙ୍ଗଳବାର ହୋଇଥିବା ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଶ୍ରୀ ଅଗରୱାଲ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ଭାବର ଆଦାନ ପ୍ରଦାନ ହୋଇଥିଲା। ଶେଷରେ ଛାତ୍ରଛାତ୍ରୀମାନେ ଖୁସି ହୃଦୟ ଓ ମଧୁର ସ୍ମୃତି ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶିକ୍ଷୟିତ୍ରୀ ନିତୁ ସିଂହ, ପାର୍ଥବୀ ପଟ୍ଟନାୟକ, ପ୍ରତିକ୍ଷା ମିତ୍ର ଓ ସିତୁସ୍ମିତା ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ପରିଦର୍ଶନ କାର୍ଯ୍ୟ ସମାପନ ହୋଇଥିଲା। ଗୃହସ୍ଥୀ ଉଦ୍ୟୋଗ ପକ୍ଷରୁ ପରିଦର୍ଶନକୁ ସ୍ମରଣୀୟ କରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କୁ ଉଦ୍ୟୋଗ ଦ୍ବାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହିଭଳି ଶୈକ୍ଷିକ ପରିଦର୍ଶନ ମାଧ୍ୟମରେ ଗୃହସ୍ଥୀ ଉଦ୍ୟୋଗ ଯୁବ ମନୋଭାବକୁ ପ୍ରେରଣା ଦେବା, ପରିବେଶ ସଚେତନତାକୁ ଉନ୍ନତ କରିବା ଓ ଶୁଦ୍ଧତା ସହିତ ଉତ୍କୃଷ୍ଟତାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରିଥିବା ସୂଚନା ଦିଆଯାଇଛି। ଉଦ୍ୟୋଗର ବିଭିନ୍ନ ବର୍ଗର କର୍ମଚାରୀମାନେ ଛାତ୍ରଛାତ୍ରୀମାନଙ୍କ ସହିତ ମିଶିବା ସହିତ ମତ ବିନିମୟ କରିଥିଲେ।