ସ୍ମାର୍ଟ ଲେଡିଜ କ୍ଲବ୍ ପକ୍ଷରୁ ରାଉରକେଲା ଶାନ୍ତି ଭବନ ଠାରେ ନିଆରା ଢଙ୍ଗରେ ପାଳନ ହେଲା ରଜପର୍ବ

1 min read
Spread the love

ଓଡ଼ିଶା ର ଗଣପର୍ବ ରଜ । ଏହି କ୍ରମରେ ବୁଧବାର ପାଳିତ ହୋଇଛି ପହିଲି ରଜ ବା ପ୍ରଥମ ରଜ। ପ୍ରତ୍ୟେକ ଓଡିଆ ଘରେ ଏହି ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ପର୍ବରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବାକୁ ପ୍ରତିଯୋଗିତା ଓ ପିଠାପଣା ଆଦି ଆୟୋଜନ କରାଯାଇଥାଏ।  ଏହି କ୍ରମରେ ରାଉରକେଲା ସହରର ସ୍ମାର୍ଟ ଲେଡିଜ କ୍ଲବ୍ ପକ୍ଷରୁ ଚଳିତ ବର୍ଷ ପହିଲି ରଜ ଅତି ନିଆରା ଢଙ୍ଗରେ ପାଳନ କରାଯାଇଛି। କ୍ଲବ୍ ର ସଦସ୍ୟମାନେ ରାତି ତମାମ ଅନିଦ୍ରା ରହି ସୁଜି କାକରା, ଇଡ୍‌ଲି, ଚକୁଳି, ତରକାରୀ ଆଦି ନିଜ ହାତରେ ତିଆରି କରି ସକାଳୁ ସକାଳୁ ପହଞ୍ଚିଥିଲେ ସହରର ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ଶାନ୍ତି ଭବନ ଠାରେ। ସେଠାରେ ରହୁଥିବା ପ୍ରାୟ ୧୫୦ ଜଣ ଅନ୍ତେବାସୀ ଙ୍କୁ ପହିଲି ରଜ ରେ ପିଠା ଖୁଆଇବା ସହ ସମସ୍ତଙ୍କ ସହିତ ଏକତ୍ରିତ ହୋଇ ଆନନ୍ଦିତ ହୋଇଥିଲେ।

ଶାନ୍ତି ଭବନରେ ରହୁଥିବା ଅନ୍ତେବାସୀମାନେ ନିଜ ନିଜ ପରିଜନଙ୍କୁ ଛାଡ଼ି ବା ହରାଇ ନିଜ ଜୀବନ ଅତିବାହିତ କରୁଛନ୍ତି। ତେଣୁ ସେହି ଅନ୍ତେବାସୀମାନଙ୍କ ମୁହଁ ରେ ସକାଳୁ ସକାଳୁ ହସ ଫୁଟାଇ ସ୍ମାର୍ଟ ଲେଡିଜ କ୍ଲବ୍ ର ସଦସ୍ୟ ମାନେ ନିଜ କୁ ଧନ୍ୟ ମନେ କରିବା ସହ ଅନ୍ତେବାସୀ ଙ୍କ ଆର୍ଶିବାଦ ପାଇ ରାତ୍ରି ଅନିଦ୍ରା ର କଷ୍ଟ କୁ ଭୁଲି ଯାଇଥିଲେ। ସ୍ମାର୍ଟ ଲେଡିଜ କ୍ଲବ୍ ର ଆବାହକ ଲୀନା ନାୟକ ଙ୍କ ନେତୃତ୍ବରେ କ୍ଲବ୍ ର ସଦସ୍ୟମାନେ ସମସ୍ତ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ରଞ୍ଜିତା ଶତପଥୀ, ହେମଲତା ପ୍ରସାଦ, ପ୍ରତିଭା ପ୍ରିୟଦର୍ଶିନୀ, ଅନୁ ନାୟକ, ଋତୁ ରେଖା ସାହୁ, ମମତା ଜେନା, ରୀମା ରାୟ, ସୀମା ମିଶ୍ର, ସସ୍ମିତା ପ୍ରଧାନ, ପ୍ରିତୀ ପିହୁ, ସୁରଭି ଦାସ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!