ଏନ୍‌ଆଇଟି ରାଉରକେଲାରେ  ଆରମ୍ଭ ହେଲା ଏନ୍‌ସିସିର ଦୁଇଦିନିଆ ଜାତୀୟ ସମ୍ମିଳନୀ

1 min read
Spread the love

ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି  ପ୍ରତିଷ୍ଠାନ-ଏନ୍‌ଆଇଟିରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନସିସିର  ଦୁଇଦିନିଆ ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି୤ ଏନ୍‌ଆଇଟି-ରାଉରକେଲାର  ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ବର  ରାଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି୤ ସେ ତାଙ୍କ ବକ୍ତବ୍ୟରେ ମାତ୍ର ୧୯ ବର୍ଷରେ ଜଣେ ସିପାହୀ କିପରି ଟାଇଗର ହିଲ୍‌ ପୋଷ୍ଟକୁ ରକ୍ଷା କରିବାରେ ବିରତ୍ୱ ପ୍ରଦର୍ଶନ କରିତିବା ସମ୍ପର୍କରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲାରେ ଥିବା ଏନସିସି ନବମ ବାଟାଲିୟନର ଏସ ସି କୁଲ୍‌କର୍ଣ୍ଣୀ ଯୋଗଦେଇ ଆମ ଦେଶରେ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଗୌରବମୟ ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ।

ସେହିଭଳି ସମ୍ବଲପୁର ଏନ୍‌ସିସି ବାଟାଲିୟନ ମୁଖ୍ୟ ପି ଡି ଗୟାଟ୍‌ସୋ ଭାରତୀୟ ପ୍ରତିରକ୍ଷା ବାହିନୀରେ ଏନ୍‌ସିସି କ୍ୟାଡେଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ହୋଇଥିବା ଭିନ୍ନ ଭିନ୍ନ ସମ୍ପାନରେ ଭିନ୍ନ ଭିନ୍ନ ବର୍ଗର ବକ୍ତାମାନେ ଯୋଗଦେଇ ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିଛନ୍ତି୤ ଏହି ଜାତୀୟ ଆଲୋଚନା ଚକ୍ର ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଚାଲିବ୤ ଏଥିରେ ଓଡ଼ିଶା ସମେତ ବିଭିନ୍ନ  ରାକ୍ୟର ଏନ୍‌ସିସି କ୍ୟାଡେଟ ଓ ଅଧିକାରୀମାନେ ଯୋଗଦେଇଛନ୍ତି୤ କାର୍ଯ୍ୟକ୍ରମ ଆରମ୍ଭରେ ଏନ୍‌ଆଇଟି ରାଉରକେଲାର ଏନ୍‌ସିସି ବିଭାଗର ମୁଖ୍ୟ ପ୍ରଫେସର ଅଜିତେ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ  ଏନ୍‌ଆଇଟିରେ ପ୍ରଥମ ଥର ପାଇଁ ହେଉଥିବା ଜାତୀୟ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଆଲୋଚନା ଚକ୍ରରେ ୧୫୦ଜଣ ବଛା ବଛା ଏନ୍‌ସିସି କ୍ୟାଡେଟ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!