ରାଜ୍ୟ ଉଷୁ ପ୍ରତିଯୋଗିତାରେ ସୁନ୍ଦରଗଡ଼ ଖେଳାଳୀଙ୍କ ସଫଳତା
1 min read
ଅନୁଗୁଳଠାରେ ରାଜ୍ୟ ଉଷୁ ସଂଘ ପକ୍ଷରୁ ଚାଲିଥିବା ୨୯ତମ ରାଜ୍ୟ ଉଷୁ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ଉଷୁ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ସୁଜନ ରଥ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଏଥିରେ ରାଉରକେଲା ସହରର ସେକ୍ଟର-୧୪ ଅଞ୍ଚଳର ଖେଳାଳୀ ରିୟା ଠାକୁର ସ୍ୱର୍ଣ୍ଣ ପଦକ ବିଜୟୀ ହେବା ସହ ଶ୍ରେଷ୍ଠ ମହିଳା ଖେଳାଳୀଭାବେ ପୁରସ୍କୃତ ହୋଇଛନ୍ତି। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଖେଳାଳୀ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ସୁନ୍ଦରଗଡ଼ ଜିଲ୍ଲା ଦଳଗତ ଚମ୍ପିୟାନ ହୋଇଛି। ଏହି ଅବସରରେ ଜିଲ୍ଲାପାଇଁ ଗୌରବ ଆଣିଥିବା ଖେଳଳୀ ଓ ସଂଘର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।