ଓଡ଼ିଶାର ଦୁଇ ଉଦୀୟମାନ ଭାରଉତ୍ତୋଳନକାରୀଙ୍କ ବିଶ୍ୱ ରେକର୍ଡ: ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

1 min read
Spread the love

ଦକ୍ଷିଣ ଆମେରିକାର ପେରୁର ରାଜଧାନୀ ଲିମାଠାରେ ଚାଲିଥିବା ବିଶ୍ୱ ଯୁବ ଭାରତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ଉଦୀୟମାନ ବାଳିକା ଭାରତ୍ତୋଳକ ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଢେଙ୍କାନାଳର ପ୍ରିତିସ୍ମିତା ଭୋଇ ଓ ଜ୍ୟୋତ୍ସ୍ନା ଶବର ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଏହି ଦୁଇ ଯୁବ ଖେଳାଳି ରାଜ୍ୟ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା ସାଜିବେ ବୋଲି କହିଛନ୍ତି।

ଅନ୍ୟ ପକ୍ଷରେ ଓଡ଼ିଶା ଭାରଇତ୍ତୋଳନ ମହାସଂଘ ପକ୍ଷରୁ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ତଥା ଅଲିମ୍ପିଆନ କେ ରବି କୁମାର ଏହି ଦୁଇ ଖେଳାଳୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୂଚନା ମୁତାବକ ପ୍ରୀତିସ୍ମିତା  ସ୍ନାଚ୍‌ ବର୍ଗରେ ୫୭ କିଲୋଗ୍ରାମ୍‌ ଏବଂ କ୍ଲିନ୍‌ ଓ ଜର୍କ ବର୍ଗରେ ୭୬ କିଲୋଗ୍ରାମ୍‌ ଓଜନ ସହ ମୋଟ ୧୩୩ କିଲୋଗ୍ରାମ୍‌ ଓଜନର ଭାର ଉଠାଇ ବିଶ୍ୱ ରେକର୍ଡ କରିବା ସହିତ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି। ସେହିଭଳି ଜ୍ୟୋତ୍ସ୍ନା ସବର ସ୍ନାଚ୍‌ ବର୍ଗରେ ୫୬ କିଲୋଗ୍ରାମ୍‌ ଏବଂ କ୍ଲିନ୍‌ ଓ ଜର୍କ ବର୍ଗରେ ୬୯ କିଲୋଗ୍ରାମ୍‌ର ଭାର ସହିତ ମୋଟ ୧୨୫ କିଲୋଗ୍ରାମ୍‌ ଉଠାଇ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି।

ଏହି ଦୁଇ ଖେଳାଳୀ ୧୬ ବର୍ଷ ବର୍ଗରେ ପୁରସ୍କାର ପାଇଥିଲାବେଳେ ଖେଳ ସମୟରେ ପ୍ରୀତିସ୍ମିତାଙ୍କ ପ୍ରଶିକ୍ଷକ ଗୋପାଳ କୃଷ୍ଣ ଦାସ ଉପସ୍ଥିତ ରହି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପେରୁର ଲିମାଠାରେ ଚାଲିଥିବା ବିଶ୍ୱ ଚମ୍ପିଆନସିପ୍‌ ୨୨ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *

error: Content is protected !!