ଡିସେମ୍ବର ୨୦/୨୧ ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା
1 min read
ଚଳିତ ମାସ ୨୦ ଓ ୨୧ ତାରିଖ ରେ ଏମ ପି ଆଇ ଏସ ସେଣ୍ଟର୍ ରେ ଥିବା ଜିମ୍ନାଷ୍ଟିକ୍ ସେଣ୍ଟର୍ ରେ ଜିମ୍ନାଷ୍ଟିକ୍ ଖେଳାଳୀଙ୍କ ଲେଭଲ୍ ୧ ଓ ୨ ର କୌଶଳ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଓଡ଼ିଶା ଏଚ ପି ସି ର ମୁଖ୍ୟ କୋଚ୍ ଅଶୋକ ମିଶ୍ର ସୂଚନା ଦେଇଛନ୍ତି । ରାଉରକେଲା ସେଣ୍ଟର୍ ରେ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ ଆରମ୍ୱ ହୋଇଥିଲା ଦୀର୍ଘ ୮ ମାସ ପରେ ଖେଳାଳି ଙ୍କ ପାଇଁ ଏକ ସୁଯୋଗ ଆସିଛି ପରୀକ୍ଷା ମାଧ୍ୟମରେ ଖେଳାଳି ନିଜର ଦକ୍ଷତା ଜାଣିବା ସହିତ କ୍ରୀଡା ବିଭାଗ ର ସାର୍ଟିଫିକେଟ ମଧ୍ୟ ପାଇପାରିବେ। ପ୍ରାୟ ୯୦ ଜଣ ଖେଳାଳି ପ୍ରଶିକ୍ଷଣ ନେଉଥିବା ବେଳେ ସେଥିମଧ୍ୟରୁ ୪୫ ଜଣ ଖେଳାଳି କୌଶଳ ପରୀକ୍ଷା ପାଇଁ ମନୋନୀତ ହୋଇଛନ୍ତି ।

ଆଖ ପାଖ ଅଞ୍ଚଳ ରେ ଯଦି କୌଣସି ଭଲ ଜିମ୍ନାଷ୍ଟ ଅଛନ୍ତି ସେମାନେ ମଧ୍ୟ ଏଥିରେ ଭାଗ ନେଇ ପାରିବେ। ଏହି କୌଶଳ ପରୀକ୍ଷା ୧୪ ବର୍ଷ ରୁ କମ ଓ ୧୨ ବର୍ଷ ରୁ କମ ବର୍ଗ ରେ ଫ୍ଲୋର ଏକ୍ସର୍ ସାଇଜ , ପୋମେଲ ହର୍ସ,ଷ୍ଟିଲ ରୀଙ୍ଗସ୍,ଟେବୁଲ୍ ଭୋଲ୍ଟ, ପାରାଲାଲ ବାର , ହୋରିଯୋଣ୍ଟଲ୍ ବାର, ବାଲେନ୍ସ ବିମ୍ , ୟୁନିକନ ବାର ଆଦି କୌଶଳ ପରୀକ୍ଷା ଅନୁଷ୍ଟିତ ହେବ । ଓଡ଼ିଶା ଗ୍ରସ୍ତ ରେ ଥିବା ବିଶ୍ଵ ଜିମ୍ନାଷ୍ଟିକ୍ ମହାସଂଘ ର ଟେକ୍ନିକାଲ ବିଭାଗ ର ସଭାପତି ଆମେରିକୀୟ ଷ୍ଟିଭ ବୁଚର୍ ଓ ଓଡ଼ିଶା ର ମୁଖ୍ୟ କୋଚ୍ ଅଶୋକ ମିଶ୍ର ଏହି କୌଶଳ ପରୀକ୍ଷା କୁ ପରିଚାଳନା କରିବେ ଓ ତାଙ୍କୁ ସହଯୋଗ କରିବେ ରାଉରକେଲା ସେଣ୍ଟର୍ ର କୋଚ୍ ଓ ସୁନ୍ଦରଗଡ ଜିଲ୍ଲା ଜିମ୍ନାଷ୍ଟିକ୍ ସଙ୍ଘ।