ଶିଳ୍ପୀ ସମାଜର ମାସିକ ସଙ୍ଗୀତ ସଭା ଆୟୋଜିତ

1 min read
Spread the love

ସଙ୍ଗୀତ ଶିଳ୍ପୀ ସମାଜର ଏପ୍ରିଲ ମାସର ସଙ୍ଗୀତ ସଭା ସେକ୍ଟର ୧୯ ସ୍ଥିତ କବିଚନ୍ଦ୍ର କଳାକେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା କଣ୍ଠ ଶିଳ୍ପୀ ଇଂ ପ୍ରତାପ ରାୟଙ୍କୁ ଏକ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାପତି ଶରତ ଧଳ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଶ୍ରୀ ରାୟଙ୍କର ଶିଳ୍ପୀ ସମାଜ ପ୍ରତି ଥିବା ଗଭୀର ଅନୁରାଗ ଓ ଶ୍ରଦ୍ଧା ବିଷୟରେ ବର୍ଣ୍ଣନା କରିଥିଲେ। ପୂର୍ବତନ ସଭାପତି ଗୁରୁ ଭାସ୍କର ପୁହାଣ,ଉପ ସଭାପତି ପଣ୍ଡିତ ଅଜୟ ପାଣି, ଗୁରୁ ଆଶାଲତା ଷଡ଼ଙ୍ଗୀ, ଗୁରୁ ନରେନ୍ଦ୍ର ନାୟକ ଶ୍ରୀ ରାୟଙ୍କୁ ଶିଳ୍ପୀ ସମାଜ ତରଫରୁ ପୁଷ୍ପ ଗୁଚ୍ଛ ଓ ଫଳକ ପ୍ରଦାନ କରିବା ସହିତ ଶ୍ରୀ ରାୟଙ୍କର ସଙ୍ଗୀତ ଶିଳ୍ପୀ ସମାଜ ପ୍ରତି ଆପଣା ପଣିଆ ବିଷୟରେ ନିଜ ନିଜ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାୟ, ସଂଗୀତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିଳ୍ପୀମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ସହ ସ୍ବାଗତ କରିବା ସହିତ ନିଜ ସାଙ୍ଗୀତିକ ଜୀବନ ର ଏକ ସଂକ୍ଷିପ୍ତ ଚିତ୍ତାକର୍ଷକ ବକ୍ତବ୍ୟ ରଖିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଶ୍ରୀ ରାୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ଶିବ ସ୍ତୁତି ପରିବେଷଣ କରିଥିଲେ। ଶ୍ରାବଣୀ ମହାନ୍ତି, ସୁନୀତା ବିଶ୍ଵାଳ, ପୁଷ୍ପା ବିଶ୍ଵାଳ, ୟୁ ରୂପାଜ୍ୟେତି, ଦୀପ୍ତି ନାୟକ, ବିଷ୍ଣୁପ୍ରିୟା ସାହୁ, ରଶ୍ମିତା ନାୟକ,ଆଦ୍ୟାଶା ସାହୁ,ଦ୍ରୀଷ୍ଟୀ ତ୍ରିପାଠୀ ପ୍ରମୁଖ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ , ଗୀତଗୋବିନ୍ଦ , ଚମ୍ପୂ , ଛାନ୍ଦ ଏବଂ ଜଣାଣ ପରିବେଷଣ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ର ରେ ଗୁରୁ ନରେନ୍ଦ୍ର ନାୟକ, ଗୁରୁ ଜଗନ୍ନାଥ ଦାସ, ଗୁରୁ ପ୍ରଫୁଲ୍ଲ ମଙ୍ଗଳ, ଚିନ୍ତାମଣି ଗୌଡ ପ୍ରମୁଖ ସହଯୋଗ କରିଥିଲେ। ରମାକାନ୍ତ ବେହେରା, ସୁଶାନ୍ତ କୁମାର ସାହୁ,ଅମର ନାୟକ,ବସନ୍ତ କୁମାର ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ନୃସିଂହ ଚରଣ ମହାନ୍ତି, ପବିତ୍ର ପାତ୍ର, ରାଜେନ୍ଦ୍ର ବିଶ୍ୱାଳ,ପୁଲିନ ରାଉତରାୟ, ବିଭୁତି ପତି, କୈଳାସ ଚନ୍ଦ୍ର ମହାରଣା, ବଂଶୀଧର ସାହୁ, ପ୍ରଦୀପ ପଣ୍ଡା, ଦିଲ୍ଲୀପ ପତି, ମନୋରମା ସାହୁ, ନୃସିଂହ ମହାନ୍ତି ପ୍ରଭୃତି ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଙ୍ଗଳ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!