1 min read
Spread the love

ଆଦିବାସୀ କୁଡୁମି ସମାଜ କ୍ରିୟାନ୍ବୟନ କମିଟିର ଚିନ୍ତନ ମନ୍ଥନ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ ଅନ୍ତର୍ଗତ ଡରେକେଲା ଗ୍ରାମ ସ୍ଥିତ ଟୁସୁଭବନ ଠାରେ ଆଦିବାସୀ କୁଡୁମି ସମାଜ କ୍ରିୟାନ୍ବୟନ କମିଟି ପକ୍ଷରୁ ନାଗାପିଢି କୁଡୁମୀ ସମାଜ ତରଫରୁ ଏକ ଚିନ୍ତନ ମନ୍ଥନ ଜୁଡୁଆହି ଅନୁଷ୍ଠିତ ହୋଇଯାଇଛି। ନାଗାରାପିଢି ସଭାପତି ଧୃବ ଚରଣ ମାହାତୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଚିନ୍ତନ ମନ୍ଥନ କାର୍ଯ୍ୟକ୍ରମରେ ସଭ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥି ଭାବେ ଲହୁଣୀପଡା ଛନାୟକ ପ୍ରଗଣା ଉପସଭାପତି ଭୃକୁଟି ମାହାନ୍ତ, ଲବଙ୍ଗ ପ୍ରଗଣା ସଭାପତି ରଙ୍ଗଲାଲ ମାହାନ୍ତ, ସମ୍ପାଦକ ଯୁଗଳ କିଶୋର ମାହାନ୍ତ, ଅବନି ମାହାନ୍ତ, କୁଡୁମାଲି ଆଖଡା ସଭାପତି ସୁବାସ ମାହାନ୍ତ, ସମ୍ପାଦକ ସୀତାରାମ ମାହାନ୍ତ, ପାଲଲହଡା କୁଡୁମୀ ସମାଜ ସଂଯୋଜକ ପ୍ରତାପ ମାହାନ୍ତ, କେନ୍ଦ୍ରୀୟ କମିଟି ର ମୁଖ୍ୟ ସଂଗଠକ ତଥା କୁଡୁମୀ ସମାଜ ବିଶାରଦ ଶଶଧର ମାହାନ୍ତ, ଝାରଖଣ୍ଡ ରାଜ୍ୟ ଆଦିବାସୀ କୁଡୁମୀ ସମାଜର ସାଧାରଣ ସମ୍ପାଦକ ମୁରଲିଧରଧର ମାହାନ୍ତ ପ୍ରମୁଖ ଯୋଗଦେଇଥିଲେ।


ସମ୍ପ୍ରତି ଚାଲିଥିବା ପଛୁଆବର୍ଗ ସର୍ଭେରେ କୁଡୁମୀ ଜାତିର ନିଜ ସଠିକ ପରିଚୟ ପାଇଁ ସରକାରଙ୍କ ଦ୍ବାରା ଉଲ୍ଲେଖିତ ୧୮୨ କୋଡ କୁ ଉଦ୍ଧିଷ୍ଟ ବୋଲି ବିଚାର କରି ସମସ୍ତ କୁଡୁମୀ ସମାଜ ଦିଗଦର୍ଶନ ଦିଆଗଲା। ୧୯୩୧ ମସିହାରେ ବିଶିଷ୍ଟ ନୃତତ୍ବ ବିଶେଷଜ୍ଞ ଏଚ ଏଚ ରିଜେଲେ ଙ୍କ ସର୍ଭେ ରିପୋର୍ଟ ଅନୁଯାୟୀ କୁଡୁମୀ ଜାତି ଅନୁସୂଚିତ ଜନଜାତି ଭାବରେ ଉଲ୍ଲେଖ ରହିଛି। ଭାରତର ଜନଗଣନା କର୍ତ୍ତୃପକ୍ଷର ତତ୍କାଳିନ ଅଧିକାରୀ ଜେ ଏସ୍‌ ହୁଟନଙ୍କ ସୂଚନା ମୁତାଅକ କୁଡୁମୀ ଜାତି ଅନୁସୂଚିତ ଜନଜାତି ଅଟନ୍ତି। ପୃଥିବୀ ବିଖ୍ୟାତ ଭାଷା ଗବେଷକ ଜର୍ଜ ଗ୍ରୀଏସନ ଙ୍କ ଭାଷାରେ କୁଡୁମାଲି ଭାଷା ଏକ ଅଦ୍ଭୁତ ଭାଷା ଯାହାକି ଛୋଟନାଗପୁର ମାଳଭୁମି ଅଞ୍ଚଳାରେ ରହିଛି। ଏହି ଅଞ୍ଚଳ ବର୍ତ୍ତମାନର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,ବାମଡା, ଝାରଖଣ୍ଡ, ପଶ୍ଚିମବଙ୍ଗର ପୁରୁଲିଆ, ମେଦିନୀପୁର,ଝାଡ଼ଗ୍ରାମ ଓ ବାଙ୍କୁଡା ଜିଲ୍ଲା ଏବଂ ଛତିଶଗଡ଼ର ସୁରଗୁଜା ଓ ରତନପୁର ଆଦି ସ୍ଥାନ ବୋଲି ଚିହ୍ନଟ ହୋଇଛି। ଏହି ଅଞ୍ଚଳରେ କୁଡ଼ମାଲି ଭାଷାର ଅଧିବାସୀ ରହିଛନ୍ତି।ଏହି ବୈଠକରେ ଜାତି ଭିତ୍ତିକ ଜନଗଣନା ପାଇଁ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପାଇଁ ବିଶେଷ ଗୁରୁତ୍ବ ଦିଆଗଲା। ଓଡ଼ିଶା ସରକାର କୁଡୁମୀ ଜନଜାତି କୁ ଅନୁସୁଚିତ ଜନଜାତି ମାନ୍ୟତା ପାଇଁ କେନ୍ଦ୍ର ସରକାର ସୁପାରିଶ ନକରନ୍ତି ତେବେ ଓଡ଼ିଶା,ଝାରଖଣ୍ଡ, ପଶ୍ଚିମବଙ୍ଗ କୁ ମିଶାଇ ୩ ରାଜ୍ୟ ରେ ଆଗାମୀ ସେପ୍ଟେମ୍ବର କୋଡିଏ ୨୦୨୩ ରେ ଏକତ୍ର ଭାବରେ ରେଳ ରୋକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି୤ ଏହା ସହିତ କୁଡୁମୀ ଜାତି ଜନଗଣନା ରେ ଜାତି କୁଡୁମୀ,ଭାଷା କୁଡୁମାଲି ଧର୍ମ ସାରାନା ଲେଖିବା ପାଇଁ ସିଦ୍ଧାନ୍ତ ନିଆଗଲା। ଏହି ବୈଠକରେ ନାଗ୍ରାପିଢି ସକ୍ରିୟ ସଦସ୍ୟ ତଥା ଶିକ୍ଷକ ନିରଞ୍ଜନ ମାହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ସିତାରାମ ମାହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!