ରାଉରକେଲା ୟଙ୍ଗମେନ୍ସ ଆସୋସିଏସନ୍‌ ପକ୍ଷରୁ ଗ୍ରୀଷ୍ମକାଳୀନ ଭାରଉତ୍ତୋଳନ ଶିବିର ଉଦ୍‌ଯାପିତ

1 min read
Spread the love

ରାଉରକେଲା ସହରର ଅନ୍ୟତମ କ୍ରୀଡ଼ା ସଙ୍ଗଠନ ରାଉରକେଲା ୟଙ୍ଗମେନ୍ସ ଆସୋସିଏସନ୍‌ ପକ୍ଷରୁ ଗ୍ରୀଷ୍ମକାଳୀନ ଭାରଉତ୍ତୋଳନ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗତ ମାସ ୨୪ ତାରିଖରୁ ସେକ୍ଟର-୭ ସ୍ଥିତ ସଂଘ ପକ୍ଷରୁ ଚାଲିଥିବା ଏହି ଶିବିର ବରିଷ୍ଠ ପ୍ରଶିକ୍ଷକ ବିକ୍ରମ ସ୍ବାଇଁ ଓ ବାସୁଦେବ ବାନାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସହଯୋଗରେ ହୋଇଥିବା ଏହି ଶିବିରର ଉଦ୍‌ଯାପନ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଓ ଓଡ଼ିଶା ଅଲିମ୍ପିକ ସଂଘର ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ ଯୋଗଦେଇଥିଲେ। ଶ୍ରୀ ଭୋଳ ଶିବିରରେ ଯୋଗଦେଇଥିବା ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିର ମାଧ୍ୟମରେ ମୋଟ ୧୫ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!