ଛେଣ୍ଡ୍‌ ଭିଏସ୍‌ଏସ୍‌ ମାର୍କେଟ ସମ୍ମୁଖରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ସଦସ୍ୟ

1 min read
Spread the love

ରାଉରକେଲା ସହରରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକାଧିକ ଦୁର୍ଘଟଣା ଘଟିବାରେ ଲାଗିଛି୤ ଏହିକ୍ରମରେ ଛେଣ୍ଡ୍‌ ଭିଏସ୍‌ଏସ୍‌ ମାର୍କେଟ ସମ୍ମୁଖରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି୤ ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗୋଟିଏ ପରିବାରର ୩ ସଦସ୍ୟ୤ ସୂଚନା ମୁତାଅକ ଜଣେ ବ୍ୟକ୍ତି ଏକ ବୁଲେଟ୍‌ରେ ବେପରୁଇଆ ଗାଡ଼ି ଚଳାଇ ଯାଉଥିବା ସମୟରେ ମାର୍କେଟ ସମ୍ମୁଖରେ ଯାଉଥିବା ଏକ ମୋଟୋର ସାଇକେଲରେ ଥିବା ସ୍ବାମୀ, ସ୍ତ୍ରୀ ଓ ତାଙ୍କର ୪ବର୍ଷର ଶିଶୁ କୁ ଧକ୍କା ଦେଇଥିଲେ୤ ଏଥିରେ ମହିଳା ଜଣକ ସାମାନ୍ୟ ଆହତ ହୋଇଛନ୍ତି୤ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଛେଣ୍ଡ୍‌ ଥାନା ପୋଲିସ ପହଞ୍ଚି ବୁଲେଟ ଚାଳକକୁ ଅଟକ ରଖି ପଚରା ଉଚୁରା କରୁଛି୤

Leave a Reply

Your email address will not be published. Required fields are marked *

error: Content is protected !!