ବିଧାୟକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ପ୍ରାର୍ଥୀପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ
1 min read
ରିଟର୍ଣ୍ଣିଂ ଅଫିସର ତଥା ସବ-ଡିଭିଜନାଲ ମାଜିଷ୍ଟ୍ରେଟ ପାନପୋଷଙ୍କ ନିକଟରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଙ୍କ ନାମାଙ୍କନ ରଦ୍ଦ ପାଇଁ ବିଜେପି ପକ୍ଷରୁ ଅପିଲ ହୋଇଛି। ବିଜେପି ପ୍ରାର୍ଥୀଙ୍କ ପକ୍ଷରୁ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ସାରଦାଙ୍କ ପ୍ରାର୍ଥୀତ୍ବକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏ ସମ୍ପର୍କରେ ତଥ୍ୟ ସମ୍ବଳିତ ଅଭିଯୋଗ କରିଛନ୍ତି। ରାଉରକେଲା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଭାବେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ସାରଦା ପ୍ରସାଦ ନାୟକ, ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ କଂଗ୍ରେସ ଦଳରୁ ବିରେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପକ୍ଷରୁ ଦାଖଲ ଆପତ୍ତିରେ ଦର୍ଶାଯାଇଛି, ସାରଦା ନାୟକ ତାଙ୍କ ନାଁରେ ବିଚାରାଧୀନ ଥିବା ଏକ ଗୁରୁତର ଅପରାଧିକ ମାମଲା ବାବଦରେ ଜାଣିଶୁଣି ଫର୍ମ-୨୬ ରେ ଉଲ୍ଲେଖ କରିନାହାଁନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ କହିଛନ୍ତି ବିଜେଡି ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ତାଙ୍କ ନାମାଙ୍କନ ପତ୍ର ସହିତ ଦାଖଲ କରିଥିବା ସହ ତାଙ୍କ ପୈତୃକ ଗାଁ – ସାଙ୍କିଲୋ, କଟକ ଠାରେ ଥିବା ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ମଧ୍ୟ ପ୍ରକାଶ କରି ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ତେଣୁ ଭାରତର ନିର୍ବାଚନ ଆୟୋଗର ଆଇନ ତଥା ଧାରା 324 ଅନୁଯାୟୀ ଶ୍ରୀ ନାୟକଙ୍କ ନାମାଙ୍କନକୁ ଖାରଜ କରିବାକୁ ଅପିଲ ଦାଖଲ କରିଛନ୍ତି ଶ୍ରୀ ଆଚାର୍ଯ୍ୟ। ଅନ୍ୟପକ୍ଷରେ ଏହି ଅଭିଯୋଗ ଉପରେ ଆବଶ୍ୟକ ଯାଞ୍ଚ ପରେ ପ୍ରାର୍ଥୀପତ୍ରକୁ କାୟମ ରଖିଛନ୍ତି ନିର୍ବାଚନ ଅଧିକାରୀ। ଏହି ଘଟଣା ସମ୍ପ୍ରତି ସହରରେ ଆଲୋଚନାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ସୋମବାର ପ୍ରାର୍ଥୀପତ୍ର ଯାଞ୍ଚ ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଇଦାନରେ ରହିଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଜଣାପଡ଼ିଛି।