ଜଣେ ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ
1 min read
ତିନିଜଣ ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଯୁବକଙ୍କୁ ଗିରଫ କରିଛି ରଘୁନାଥପାଲି ଥାନାପୁଲିସ। ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଅମରଜିତ ସାହୁ ଓ ମନୋଜ ସମାସୀ। ଏ ସମ୍ପର୍କରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସ୍ପି ମୁକେଶ କୁମାର ଭାମୋ। ସୂଚନା ଅନୁଯାୟୀ ଗତ ମାସ ୨୩ ତାରିଖରେ ଅମରଜିତ ସାହୁ ଓ ମନୋଜ ସମାସୀ ସେମାନେ ରହୁଥିବା ସ୍ଥାନର ପଡ଼ୋଶୀ ଛବିଲାଲ ହେମ୍ରମଙ୍କୁ ହତ୍ୟା କରିବା ପରେ ତାଙ୍କର ମୃତଦେହକୁ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲେ। ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ ଉଭୟଙ୍କଠାରୁ ହତ୍ୟାରେ ବ୍ୟବହୃତ ଦୁଇଟି କାଠ ଠେଙ୍ଗା ଓ ଏକ ଛୁରି ଜବତ କରିଛି। ଏହା ସହିତ ହତ୍ୟାକାଣ୍ଠରେ ଜଡ଼ିତ ଅନ୍ୟ ଜନେ ଅଭିଯୁକ୍ତ ଫେରାର ଅଛି ଓ ତାକୁ ଧରିବା ପାଇଁ ପୋଲିସ ତଦନ୍ତ ଚାଲିଛି। ମୃତକଙ୍କ ସହିତ ତିନି ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବ ଓ ପାରିବାରିକ ଶତୃତା ଥିବା ଜଣାପଡ଼ିଛି। ଏହାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଛି। ମୃତକ ବିଷୟରେ ଜଣା ନପଡ଼ିବା ପାଇଁ ମୃତକର ମୃତ ଦେହକୁ ନଦୀରେ ଫୋପାଡ଼ି ଦିଆଯାଇଥିଲା।