ରାଉରକେଲାରୁ ବିପୁଳ ପରିମାଣର ନକଲି ମଦ ଜବତ: ୫ ଗିରଫ

1 min read
Spread the love

ରାଉରକେଲା ଜଲ୍‌ଦା ଅଞ୍ଚଳରୁ ରଗୁନାଥପାଲ୍ଲୀ ଥାନା ପୋଲିସ  ବିପୁଳ ପରିମାଣର ନକଲି ମଦ ଜବତକରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ପାଞ୍ଚଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ରାଉରକେଲା ପୋଲିସ ଏସ୍‌ପି ମୁକେଶ କୁମାର ଭାମୋ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ରାଉରକେଲା ସହରର ଜଲ୍‌ଦା‘ଏ’ ବ୍ଲକ୍‌ ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ ଏହି ନକଲି ମଦ କାରଖାନା ଚାଲିଥିଲା। ରାଉରକେଲା ସମେତ ଏହାର ଆଖପାଖ ଅଞ୍ଚଳକୁ ନକଲି ମଦ ଚାଲାଣ ହେଉଥିଲା। ଗିରଫ ହୋଇଥିବା ୫ଜଣ ହେଉଛନ୍ତି ସତ୍ରୁଘ୍ନ ପଶାୟତ, ରୁବେନ ମାଝି, ରଞ୍ଜିତ୍ ପ୍ରସାଦ, ସାଜିତ ହୁସେନ ଏବଂ ରତ୍ନେସ ଗୁପ୍ତା। ଏମାନଙ୍କ ମଧ୍ୟରୁ ସତ୍ରୁଘ୍ନ ଓ ରୁବେନ ଅସଲି ମଦ ବୋତଲ ଯୋଗାଡ଼ କରି  ସେହି ବୋତଲ ମଧ୍ୟରେ ନକଲି ମଦ ଭର୍ତ୍ତି କରୁଥିଲେ। ରଞ୍ଜିତ ପ୍ରସାଦ ଏହି ନକଲି ମଦ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ସାଜିତ ହୁସେନ ଅସଲି ମଦ ବୋତଲର ଠିପି ଯୋଗାଡ଼ କରିବା ସହ ଓଡ଼ିଶା ଅବକାରୀ ବିଭାଗର ଲୋଗୋକୁ ଜାଲିଆତି କରି ବୋତଲରେ ଲଗାଉଥିଲେ। ରତ୍ନେଶ ଗୁପ୍ତା ବିଭିନ୍ନ ହୋଟେଲ ଓ ଢାବା ଆଦିରୁ ବ୍ୟବହୃତ ଅସଲି ମଦ ବୋତଲ ଯୋଗାଡ଼ କରି ଆଣୁଥିଲେ। ଏହି ପାଞ୍ଚଜଣ ମିଶିକରି ଅକଲି ମଦର ରାକେଟ ଚଳାଉଥିଲେ। ୨ହି ୫ଜଣଙ୍କ ନିକଟରୁ ବିଭିନ୍ନ ପ୍ରକାରର ଅସଲି ମଦ ବ୍ରାଣ୍ଡ୍‌ର ନକଲି ମଦ ଭର୍ତ୍ତି ବୋତଲ ସହିତ ବହୁଳ ପରିମାନର ଖାଲି ବୋତଲ ଓ ଠିପି ଆଦି  ସହିତ ଷ୍ଟିକର ଆଦି ଜବତ କରାଯଇଛି। 

Leave a Reply

Your email address will not be published. Required fields are marked *

error: Content is protected !!