ବିଜୁବାବୁଙ୍କ ପୁଣ୍ୟତିଥି ଅବସରରେ ସାଇ ଯୁବ କ୍ଲବ୍‌ ପକ୍ଷରୁ ସରବତ ବଣ୍ଟନ

1 min read
Spread the love

ରାଉରକେଲା ସହରର ମୁଖ୍ୟ ରାସ୍ତାରେ ଥିବା ପୁରୁଣା ଟାକ୍ସି ଷ୍ଟାଣ୍ଡ୍‌ରେ ବିଜୁବାବୁଙ୍କ ପୁଣ୍ୟତିଥି ଅବସରରେ ସାଇ ଯୁବ କ୍ଲବ୍‌ ପକ୍ଷରୁ ସରବତ ବଣ୍ଟନ କରାଯଇଛି। କ୍ଲବ୍‌ର ସଭାପତି ରାହୁଳ ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ସରବତ ବଣ୍ଟନ କରାଯାଇଥିଲା। ସମ୍ପ୍ରତି ସହରରେ ଦିନର ସର୍ବୋଚ୍ଚ ତାମପାତ୍ରା ପ୍ରାୟ ୪୨ ଡିଗ୍ରୀରେ ପହଞ୍ଚିଥିବାରୁ ଥଣ୍ଡା ପାଣି ପାଇବା ପାଇଁ ସହରବାସୀ ଡହଳ ବିକଳ ହେଉଛନ୍ତି। ଏଭଳି ସମୟରେ ଏବଂପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୂଣ୍ୟ ତିଥି ଅବସରରେ କ୍ଲବ୍‌ର ସଦସ୍ୟମାନେ ଶହ ଶହ ସହରବାସୀଙ୍କୁ ଥଣ୍ଡା ସରବର ବଣ୍ଟନ ସହିତ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!