ଟାଟା ଆପିଏଲ୍‌ କୁ ଅଧିକ ଲୋକାଭିମୁଖୀ କରାଇବା ପାଇଁ ରାଉରକେଲାରେ ଦୁଇଦିନିଆ କାର୍ଜ୍ୟକ୍ରମ ଆରମ୍ଭ

1 min read
Spread the love

ଗତମାସ ୩୧ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଫଟାଫଟ୍‌ କ୍ରିକେଟ ବା ଆଇପିଏଲ୍‌ ଏହି ଖେଳ ପ୍ରତି ଅଧିକରୁ ଅଧିକ କ୍ରୀଡ଼ାପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ଦେଶର ୪୫ଟି ସହରରେ ଆୟୋଜିତ ହେଉଛି ଆଇପିଏଲ ଫ୍ୟାନ୍‌ସ ଅଫ୍‌ ଫ୍ୟାନ୍ସ ପାର୍କ ଏହି ଉତ୍ସବ ରାଉରକେଲା ସହରରେ ସେକ୍ଟର-୧୭ ସ୍ଥିତ ପେଟ୍ରୋଲ ପମ୍ପ୍‌ ପଛ ପଡ଼ିଆରେ ଶନିବାର ଅପରାହ୍ଣରୁ ଆରମ୍ଭ ହୋଇଛି୤ ଅପରାହ୍ଣ ୧ଟା ୩୦ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା୤ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ ପରଦାରେ ଆଇପିଏଲ ଖେଳର ସିଧା ପ୍ରସାରଣ ସହିତ ବିଭିନ୍ନ ପ୍ରତିଯୋଗିତା ଓ ନୃତ୍ୟ ଏବଂ ଗୀତ ଆଦି ମାଧ୍ୟମରେ ଆଇପିଏଲ ଖେଳର ପ୍ରଚାର ଓ ପ୍ରସାର କରାଯାଉଛି୤ ନୃତ୍ୟ ଓ ଗୀତର ତାଳେ ତାଳେ କ୍ରିକେଟ ପ୍ରେମୀମାନେ ଆଇପିଏଲ ଖେଳ ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି୤ ରବିବାର ରାତ୍ରରେ ଏଜା ଉଦ୍‌ଯାପିତ ହେବ୤

Leave a Reply

Your email address will not be published. Required fields are marked *

error: Content is protected !!