ଏସ୍ଟିଏଫ୍ ଦ୍ବାରା କଲରା ପତ୍ରିଆ ବାଘ ଚମଡ଼ା କାରବାର ଉପରେ ଚଢ଼ାଉ : ଜଣେ ଗିରଫ
1 min read
ସମ୍ବଲପୁର ଜିଲ୍ଲାରେ ଏକ କଲରାପତ୍ରିଆଆ ବାଘ ଚମଡ଼ା ବେଆଇନ କାରବାର ସମୟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦ୍ବାରା ଚଢ଼ାଉ କରାଯାଇଛି ଚଢ଼ାଉରେ ବାଘ ଚମଡ଼ା ଜବତ କରିବା ସହିତ ଏହି ମାମଲାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପେଣ୍ଠବାହାଳ ନିକଟସ୍ଥ ଚମ୍ପାଳି ନଦୀ ନିକଟରେ ଗୋଟିଏ କଲରା ପତ୍ରିଆ ବାଘ ଛାଲ ବିକ୍ରି ପାଇଁ କଥାବାର୍ତ୍ତା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ଚଢ଼ଉ କରିଥିଲା। ଘଟଣା ସ୍ଥଳରୁ ବାଘ ଛାଲ ଜବତ କରିବା ସହ ନାକଟିଦେଉଳ ହରିଜନପଡାର ବାବୁଲି ନାଏକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଧିକ ଯାଞ୍ଚ ପାଇଁ ବାଘ ଚମଡ଼ାକୁ ଡେରାଡୁନ ପଠାଯାଇଛି। ଏହି ଘଟାଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ଉପରେ ଏସ୍ଟିଏଫ୍ ତଦନ୍ତ ଚଳାଇଛି।