ଡ୍ରେନ୍ଡ୍ରାଇଟ ନିଶାରେ ମୁଖ୍ୟରାସ୍ତାରେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ
1 min read

ରାଉରକେଲା ସହରର ମୁଖ୍ୟରାସ୍ତା ବିଶେଷ କରି ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ କିଛି କିଶୋର ଓ ଅଳ୍ପ ବୟଷର ଯୁବକ ଉତ୍ପାଦ କରୁଥିବା ଦେଖିବାକୁ ମିଳୁଛି ଏହି କ୍ରମରେ ବୁଧବାର ସହରର ପୁରୁଣା ଟାକ୍ସି ଷ୍ଟାଣ୍ଡ୍ ନିକଟରେ ଥିବା ମୁଖ୍ୟ ରାସ୍ତାର ଏକ ସ୍ଥାନରେ ଡ୍ରେନ୍ ଡ୍ରାଇଟ ନିଶାରେ ଚୁର୍ ଥିବା ଦୁଇ ଅଳ୍ପ ବୟସ୍କ ଯୁବକ ପରସ୍ପର ମଧ୍ୟରେ ମାଡ଼ପିଟ କରି ଲହୁଲୁହାଣ ହୋଇଥିଲେ ଏନେଇ ପୋଲିସ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ନେଇଯାଇଥିଲେ କିନ୍ତୁ ଏହି ଘଟଣା ଯୋଗୁଁ ମୁଖ୍ୟ ରାସ୍ତାରେ ପ୍ରାୟ ୨୦ମିନିଟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା ଦିନକୁ ଦିନ ଡ୍ରେନ୍ ଡ୍ରାଇଟ ନିଶା କିଶୋର ଓ ଯୁବକମାନଙ୍କୁ କବଳିତ କରୁଥିଲାବେଳେ ଏ ନେଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଆଖିଦୃଶିଆ ପଦକ୍ଷେପ ନେବାକୁ ଦାବି ହେଉଛି