ହାଓଡ଼ା – ମୁମ୍ବାଇ ମୁଖ୍ୟ ରାସ୍ତାରେ ରେଳ ଚଳାଚଳ ସ୍ୱାଭାବିକ

1 min read
Spread the love

ଦେଶର ଏକ ପ୍ରମୁଖ ରେଳ ରାସ୍ତାଭାବେ ପରିଚିତ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳରାସ୍ତାରେ ସୋମବାରଠାରୁ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ଗତ ୫ ତାରିଖଠାରୁ ଏହି ରାସ୍ତାର ଖଡ଼ଗପୁର ଡିଭିଜନ ଓ ଆଦ୍ରା ଡିଭିଜନ ଅନ୍ତର୍ଗତ ଦୁଇଟି ସ୍ଥାନରେ କୁଡୁମି ସମାଜ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଯୋଗୁଁ ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଗତ ୫ଦିନ ମଧ୍ୟରେ ପ୍ରୟ ୩୫୦ଟି ଟ୍ରେନ ବାତିଲ ହୋଇଥିଲା ଏବଂ ଅଉ କିଛି ଟ୍ରେନ୍‌ର ଚଳାଚଳ ଆଂଶିକ ବାତିଲ ହୋଇଥିଲା। ରବିବାର ରାତ୍ର ସୁଦ୍ଧା ଦୁଇଟିଯକ ସ୍ଥାନରେ ଆନ୍ଦୋଳନ ପ୍ରତ୍ୟାହୃତ ହେବାପରେ ଧିରେ ଧିରେ ଅନେକ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ରାଉରକେଲା ରେଳ ଷ୍ଟେସନ ଦେଇ ଯାଉଥିବା ଅନେକ ପ୍ରମୁଖ ଟେନ୍‌ ଯଥା ହାଓଡ଼ା-ଅହମଦାବାଦ ଏକ୍ସପ୍ରେସ, ହାଓଡ଼ା-ଟିଟିଲାଗଡ଼ ଏକ୍ସପ୍ରେସ, ସାଲିମାର-ଏଲ୍‌ଟିଟି ଏକ୍ସପ୍ରେସ ସମେତ ଗୀତାଞ୍ଜଳି ଏକ୍ସପ୍ରେସ ଭଳି ଅନେକ ଟ୍ରେନ ସୋମବାରଠାରୁ ସ୍ୱାଭାବିକ ହୋଇଛି। ରାଉରକେଲା ରେଳ ଷ୍ଟେସନ ମୁଖ୍ୟ ପରିଚାଳକ ପ୍ରଭାତ ଦାସଙ୍କ ସୂଚନା ମୁତାବକ ଆସନ୍ତା ଦୁଇଦିନ ମଧ୍ୟରେ ରାଉରକେଲା ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହେବ। ସୁଚନା ମୁତାବକ ୫ ଦିନ ଧରି ଟ୍ରେନ ଚଳାଚଳକୁ ନେଇ ସମସ୍ୟାରେ ଥିବା ରେଳଯାତ୍ରୀ ସୋମବାରଠାରୁ ସାଧାରଣଭାବେ ଯାତ୍ରା କରିବା ଆରମ୍ଭ କରିଛନ୍ତି। ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ପ୍ରେସ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଟ୍ରେନ ଚଳାଚଲର ସ୍ୱାଭାବିକ ହେବା ସମ୍ପର୍କରେ ସୂଚନା ଦିଆଯାଇଛି। ତେଣୁ ରେଳଯାତ୍ରୀମାନେ ଦକ୍ଷିଣପୂର୍ବ ରେଳବାଇ ୱେବ୍‌ସାଇଟର  ନିଉଜ ଏଣ୍ଡ ଅପ୍‌ଡେଟସ ଲିଙ୍କ୍‌ ର ପ୍ରେସ ରିଲିଜ୍‌ ସ୍ଥାନରେ କ୍ଲିକ୍‌ କରି ଏ ସମ୍ପର୍କରେ ସବିଶେଷ ତଥ୍ୟା ପାଇପାରିବେ।

https://ser.indianrailways.gov.in/view_section.jsp?lang=0&id=0,4,423

Leave a Reply

Your email address will not be published. Required fields are marked *

error: Content is protected !!