ରାଉରକେଲା ସରକାରୀ ହସ୍‌ପିଟାଲ୍‌ର ଉନ୍ନତିକରଣ ପଦକ୍ଷେପ ନିମନ୍ତେ ଜୁଏଲଙ୍କ ଚିଠିକୁ ନେଇ ଚର୍ଚ୍ଚା

1 min read
Spread the love

୨୦୨୪ ବର୍ଷର ଶେଷ ଦିନ ଅର୍ଥାତ୍‌ ଡିସେମ୍ବର ମାସ ୩୧ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ର ବିଜେପି ସାଂସଦ ଓଡ଼ିଶାରେ ଚାଲିଥିବା ନିଜ ଦଳ ସରକାରର ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦେଇଥିବା ଏକ ଚିଠିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି୤ ପ୍ରଥମେ ଆସନ୍ତୁ ଦେଖିବା ଚିଠିରେ ଥିବା ବିଷୟକୁ୤ ଚିଠିରେ ଶ୍ରୀ ଓରାମ ଲେଖିଥିବା ବିଭିନ୍ନ ପ୍ରସଙ୍ଗ ଅନୁଯାୟୀ ରାଉରକେଲା ସରକାରୀ ଚିକିତ୍ସାଳୟ ବା ଆର୍‌ଜିଏଚ୍‌କୁ ଜିଲ୍ଲାସ୍ତରୀୟ ହସ୍‌ପିଟାଲ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ସହିତ ଜମି ଆବଣ୍ଟନ ଏବଂ ଏହି ଜମି ଆବଣ୍ଟନ ନିମନ୍ତେ ବିଧିବଦ୍ଧ ପ୍ରସ୍ତାବ ସମ୍ପର୍କୀତ ପ୍ରସଙ୍ଗ୤ ଏହା ସହିତ ପ୍ରସ୍ତାବିତ ଜମିରେ ହୋଇଥିବା ଜବରଦଖଲ ହଟାଇବା ସହିତ ସୁନ୍ଦରଗଡ଼ ଜିଲ୍ଲାର ଭୌଗଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ବଣାଇ ଓ ପାନପୋଷ ଉପଖଣ୍ଡକୁ ନେଇ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଜିଲ୍ଲା ଗଠନ କରାଯିବା ଆଦି ପ୍ରସଙ୍ଗ୤ ଜୁଏଲଙ୍କ ଏହି ଚିଠିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା୤

କେନ୍ଦ୍ରରେ ଜୁଏଲ ମନ୍ତ୍ରୀ ହେବା ପ୍ରାୟ ୬ମାସ ହୋଇଥିଲାବେଳେ ରାଜ୍ୟରେ ମଧ୍ୟ ପ୍ରାୟ ୬ ମାସ ହେବ ନୁଆ ସରକାର ତାହା ପୁଣି ଜୁଏଲ ପ୍ରତିନିଧିତ୍ବ କରୁଥିବା ବିଜେପି ଦଳର ସରକାର ଚାଲିଛି୤ ଏଭଳି ସ୍ଥିତିରେ ସେ ନିଜେ ପ୍ରତିନିଧିତ୍ବ କରୁଥିବା ଜିଲ୍ଲାର ସ୍ବାସ୍ଥ୍ୟ ବିକାଶ ସମ୍ପର୍କୀତ କାର୍ଯ୍ୟକୁ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ବସ୍ତୁତଃ କିଛି ଅସୁବିଧା ନାହିଁ୤ ଏହା ନକରି ଉଭୟେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଓ ସେହି ଚିଠିକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେବା ପ୍ରସଙ୍ଗରେ ଜୁଏଲ ଓରାମଙ୍କ ଭଳି ଜଣେ ଅନୁଭବି ଓ ଅଭିଜ୍ଞତାସମ୍ପନ୍ନ ରାଜନେତାଙ୍କ କାର୍ଯ୍ୟ କରିବାର ଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି୤ ଆସନ୍ତା ଦିନରେ ଏହି ପ୍ରସଙ୍ଗ କେଉଁ ମୋଡ଼ ନେଉଛି ତାହା ସମୟ କହିବ୤

ଅନ୍ୟପକ୍ଷରେ ୧୯୯୩ ମସିହାରେ ସ୍ବର୍ଗତ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଆର୍‌ଜିଏଚ୍‌ ସଂଲଗ୍ନ ଖାଲି ଜମିରେ ନିର୍ମିତ ହନୁମାନ ବାଟିକା ନିର୍ମାଣ ଘଟଣା ସମ୍ପର୍କରେ କିଛି ସୂଚନା ଦେବା ପ୍ରାସଙ୍ଗିକ ରହିଛି୤ ସେହି ସମୟରେ ଆର୍‌ଜିଏଚ୍‌ ସଂଲଗ୍ନ ଖାଲିଥିବା ଜମିରେ ଭବିଷ୍ୟତରେ ଆର୍‌ଜିଏଚ୍‌ ସମ୍ପ୍ରସାରଣ କରାଯିବାର ଲକ୍ଷ୍ୟ ରହିଥିଲା ଯାହା ସମ୍ପ୍ରତି ହାଈତେକ୍‌ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ ସହିତ ହନୁମାନ ବାଟିକା ହୋଇଛି୤ ସେହିଭଳି ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଆରଜିଏଚ୍‌ ସଂଲଗ୍ନ ୧୫ ଏକର ଜମିରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହଯୋଗରେ ସରକାରଙ୍କ ଦ୍ବାରା ପ୍ରଦତ୍ତ ୧୦କୋଟି ଟଙ୍କାର ଅର୍ଥ ଓ ନିଃଶୁକ୍ଳ ଜମିରେ ଘରୋଇଭାବେ ହାଇଟେକ୍‌ ମେଡିକାଲ୍‌ ଓ କଲେଜ ଓ ହସ୍‌ପିଟାଲ ନିର୍ମାଣ ସମ୍ପର୍କ ମଧ୍ୟ ପ୍ରାସଙ୍ଗିକତା ରହିଛି୤ ଏହି ଦୁଇ ପ୍ରସଙ୍ଗରେ ଦୁଇ ଦୁଇ ଥରର କେନ୍ଦ୍ରମନ୍ତ୍ରୀ ଓ ଏକାଧିକ ଥର ସାଂସଦ ରହିଥିବା ଜୁଏଲଙ୍କ ନୀରବତା ମଧ୍ୟ ଆଲୋଚନାର ବିଷୟ୤

Leave a Reply

Your email address will not be published. Required fields are marked *

error: Content is protected !!