ରଶ୍ମିପ୍ରଭା, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଏବଂ ଶିକ୍ଷାଜ୍ୟୋତି ପକ୍ଷରୁ ସାରସ୍ବତ କାର୍ଯ୍ୟକ୍ରମ

1 min read
Spread the love

ରେକର୍ଡ ସଂଖ୍ୟକ ୧୧ଟି ପୁସ୍ତକ ଓ ପତ୍ରିକା ଲୋକାର୍ପଣ କାର୍ଯ୍ୟକ୍ରମ

ଶିଶୁମାନଙ୍କ ସମ୍ବେଦନଶୀଳତା ଓ ମାନସିକ ତଥା ଶୈକ୍ଷିକ ବିକାଶ ଦିଗରେ ଶିଶୁ ସାହିତ୍ୟିକମାନେ ଧ୍ୟାନ ଦେବା ଆବଶ୍ୟକ

ରାଉରକେଲା ସହରର ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ରଶ୍ମିପ୍ରଭା, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ଏବଂ ଶିକ୍ଷାଜ୍ୟୋତି ପକ୍ଷରୁ ସାରସ୍ବତ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ସଭା ଏବଂ କବିତାପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି୤ ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ସମାଜସେବୀ ଶଶଧର ପଣ୍ଡାଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ ତଥାକବି ସସ୍ମିତା ମହାପାତ୍ର୤ ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ ସୁନାମଣି ରାଉତ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଶିଶୁ ସାଃଇତ୍ୟ ଲେଖାର କ୍ରମ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ୤ ଏହା ସହିତ ଅନେକ ବର୍ଷ ପୂର୍ବେ ଓଡ଼ିଆ ଶିଶୁ ସାହିତ୍ୟରେ ଲେଖାଯାଉଥିବା ଶିଶୁମାନଙ୍କ ସମ୍ବେଦନଶୀଳତା ଓ ମାନସିକ ତଥା ଶୈକ୍ଷିକ ବିକାଶ ଦିଗରେ ହୋଇଥିବା ଲେଖା ଭଳି ସାଂପ୍ରତିକ ସମୟର ଲେଖା ହେବା ନିମନ୍ତେ ଡ ରାଉତ ଆହ୍ବାନ ଦେଇଥିଲେ୤ ସଭାରେ ପୌରହିତ୍ୟ କରୁଥିବା ଶ୍ରୀ ପଣ୍ଡା ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ପକ୍ଷରୁ କ୍ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ୤ ରଶ୍ମିପ୍ରଭା ପତ୍ରିକାର ସମ୍ପାଦକ ମନୋଜ ନନ୍ଦ ମ୍ପାଦକୀୟ ବିବରଣୀ ଦେଇଥିଲେ୤ ଶିକ୍ଷାଜ୍ୟୋତିର ସମ୍ପାଦକ ତଥା ଶିକ୍ଷାବୀତ୍‌ ରାଧାକାନ୍ତ ମହାରଣା ଶିକ୍ଷାଜ୍ୟୋତି ପତ୍ରିକା ସମ୍ପର୍କରେ ସୂଚନା ଦେଇଥିଲେ୤ ସମ୍ମାନିତ ବକ୍ତାଭାବେ ବିଶିଷ୍ଟ କବି ତଥା ଶିକ୍ଷାବୀତ୍‌ ଡ ଅଶ୍ବିନୀ ରାୟ ଯୋଗଦେଇ ଓଡ଼ିଶାରେ ଶିଶୁ ସାହିତ୍ୟ ଓ ଶିଶୁ ସାହିତ୍ୟ ପତ୍ରିକାର କ୍ରମବିକାଶରେ ମଧୁସୂଦନ ରାଓଙ୍କ ବର ବୋଧ ସହିଓତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ୤ ଅନ୍ୟତମ ସମ୍ମାନିତ ଅତିଥିଭାବେ ରାଉରକେଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଏବଂ କଟକରୁ ଆସିଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ଅଧୀକ୍ଷକ କେଶବ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ୤ ଅନ୍ୟତମ ସମ୍ମାନିତ ଅତିଥି ତଥା ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ଯୋଗଦେଇ ବେଦ ଏବଂ ଉପନିଷଦରୁ ବିଭିନ୍ନ ଉଦାହରଣ ଦେଇ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ୤ ଇସ୍ପାତ ସାହିତ୍ୟ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସ କାର୍ଯ୍ୟକ୍ରମ ଆୟୋଜକମାନଙ୍କୁ ପ୍ରଶଂସା କରିବା ସହ ଏହିଭଳି ସାହିତ୍ୟ ଓ ସାରସ୍ବତ କାର୍ଯ୍ୟକ୍ରମ ଆୟୋଜନରେ ଇସ୍ପାତ ସାହିତ୍ୟ ସଂସଦ ସର୍ବଦା ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ୤ ଏହି ଅବସରରେ ରେକର୍ଡ ସଂଖ୍ୟକ ୧୦ଟି ବିଭିନ୍ନ ପ୍ରକାରର ପୁସ୍ତକ ଏବଂ ମାସିକ ଶିଶୁ-କିଶୋର ପତ୍ରିକା – ଶିକ୍ଷାଜ୍ୟୋତିକୁ ଅତିଥିମାନେ ଲୋକାର୍ପଣ କରିଥିଲେ୤ ଏଥିରେ କବିତା ସଂକଳନ, କାବ୍ୟ ସଂକଳନ ତଥା ବିଭିନ୍ନ ପ୍ରକାରର ବିଷୟ ସମ୍ପର୍କୀତ ପୁସ୍ତକ ରହିଥିଲା୤ କାର୍ଯ୍ୟକ୍ରମରେ ଶିକ୍ଷାବୀତ୍‌ ଓ ସାହିତ୍ୟିକ ପ୍ରଶାନ୍ତ ପତି ଯୋଗଦେଇ ଲୋକାର୍ପିତ ବିଭିନ୍ନ ପୁସ୍ତକ ସମେତ ପତ୍ରିକା ଶିକ୍ଷାଜ୍ୟୋତି ପତ୍ରିକାର ସମୀକ୍ଷା କରି ପୁସ୍ତକ ଓ ପତ୍ରିକା ସମ୍ପର୍କରେ ଆଲୋକପାତ କରିଥିଲେ୤

ଏହି ଅବସରରେ ବିଦ୍ୟାଭାରତୀ ଶିଶୁ ସାହିତ୍ୟ ସମ୍ମାନରେ ତ୍ରିଲୋଚନ ମଥାନ, ବିଦ୍ୟା ବାଗୀଶ ସମ୍ମାନରେ ରାଜୀବ ପାଣି, ସାରସ୍ବତ ବିଦ୍‌ବତ୍ତା ସମ୍ମାନରେ ଡ. ସୁନାମଣି ରାଉତ, ଶିକ୍ଷା ସାରସ୍ବତ ସମ୍ମାନରେ ସୁମିତ୍ରା ମିଶ୍ର, ବିନୋଦ ବାଘସିଂହ, ସୁସ୍ମିତା ମହାପାତ୍ର, ଶିଶୁ ସାହିତ୍ୟ ସାରସ୍ବତ ସମ୍ମାନରେ ନୃସିଂହ ଚରଣ ବିଶ୍ବାଳ, କବିତା ଗୌରବ ସମ୍ମାନରେ ଉପେନ୍ଦ୍ର ବସ୍ତିଆ, କାବ୍ୟ ଭାରତୀ ସମ୍ମାନରେ ପ୍ରତାପ ପଣ୍ଡା, ଗଳ୍ପ ଗୌରବ ସାରସ୍ବତ ସମ୍ମାନରେ ଗୋଲାପ ନନ୍ଦ, କବିତା ଗୌରବ ସାରସ୍ବତ ସମ୍ମାନରେ-ରଙ୍କନିଧି ସେଠୀ, ପାର୍ବତୀ ଗୋବିନ୍ଦ ସେବା ସମ୍ମାନରେ ଚାରୁଲତା ଦେବୀ, ହେମନ୍ତା ତାଣ୍ଡିଆ ଏବଂ କେଶନ ଚନ୍ଦ୍ର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ ସେହିଭଳି ସଞ୍ଜତ ସାରସ୍ବତ ସମ୍ମାନରେ ସାମ୍ବାଦିକ ଜିତେନ୍ଦ୍ର କୁମାର ମିଶ୍ର, ଅଶୋକ କୁମାର ପାତ୍ର, ସଞ୍ଜୀବ ନାୟକ, ଦେବବ୍ରତ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସୁଜ୍ଞାନୀ ରାୟ, ବିପ୍ଲବ ରଞ୍ଜନ ଦାସ, ବିବେକାନନ୍ଦ ଦାସ, ସସ୍ମିତା ପ୍ରଧାନ, ସୁଶାନ୍ତ ବେହେରାଙ୍କ ସମେତ ସାମ୍ବାଦିକ ତଥା ଅଧ୍ୟାପକଭାବେ କାର୍ଯ୍ୟରତ ପ୍ରଫେସର ବସନ୍ତ କୁମାର ଦାସ ଏବଂ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ ଶେଷରେ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ୤ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ଅଧ୍ୟକ୍ଷତା ଏବଂ ସୁମିତ୍ରା ମିଶ୍ର, ଗୌତମ ଦାଶ, ଗୀତାରାଣି ବେହେରା ଏବଂ ମମତା ଜେନାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା୤ ଏଥିରେ ବିଭିନ୍ନ ବର୍ଗର କବିମାନେ ସ୍ବରଚିତ କବିତାମାନ ପାଠ କରିଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!