ଛେଣ୍ଡ୍ ଥାନା ପରିସରରେ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
1 min read
ରାଉରକେଲା ସହରର ଛେଣ୍ଡ୍ ଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ସହାୟତା କେନ୍ଦ୍ରର ସଭାପତି ତଥା ବରିଷ୍ଠ ସମାଜସେବୀ ମହେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ହୋଇଥିହା ଏହି କାର୍ଯ୍ୟକ୍ରମ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ସହଯୋଗରେ ହୋଇଥିଲା। ଏଥିରେ ହାଇଟେକ୍ ମେଡିକାଲ କଲେଜ ଗୋଷ୍ଠୀର ପ୍ରତିଷ୍ଠାତା ତଥା ମୁଖ୍ୟ ଡ ତିରୁପତି ପାଣିଗ୍ରାହୀ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥିଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟଲର ବରିଷ୍ଠ ଅଧିକାରୀ ଡାକ୍ତର ଅସୀମ ସୁଦ୍ ଓ ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ କୁମାର ଆଚାର୍ଯ୍ୟଙ୍କ ସମେତ ଛେଣ୍ଡ୍ ଥାନାଅଧିକାରୀ ବିଜୟ କୁମାର ବିହାରୀ ପ୍ରମୁଖ ଯୋଗଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ପ୍ରାୟ ୮୦୦ଜଣ ବରିଷ୍ଠ ନାଗରିକଙ୍କ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମ୍ପର୍କୀତ ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଡ ପାଣିଗ୍ରାହୀ ବରିଷ୍ଠ ନାଗରିକମାନଙ୍କୁ ରାଉରକେଲା ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ୍ ଓ ହସ୍ପିଟଲ୍ରେ ଚିକିତ୍ସା ଖର୍ଚ୍ଚରେ ରିହାତି ସମ୍ପର୍କରେ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଛେଣ୍ଡ୍ ଅଞ୍ଚଳର ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଡ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ମଧ୍ୟରେ ଛେଣ୍ଡ୍ ନାଗରିକ ମଞ୍ଚର ଅଜିତ ମୋହନ ପୁଜାରୀ, କଳିଙ୍ଗ ବିହାର ସାଂସ୍କୃତିକ ପରିଷଦର ପ୍ରତିନିଧି ଏବଂ ଛେଣ୍ଡ୍ ୱେଲ୍ଫେୟାର କମିଟିର ଏସ ଏନ ପଣ୍ଡା, ଗୋପବନ୍ଧୁ ପାଠାଗାରର ସମ୍ପାଦକ ହରିହର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କେନ୍ଦ୍ରର ନୋଡାଲ ଅଧିକାରୀ ତଥା ପୋଲିସ ଏଏସ୍ଆଇ ମହେନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।