ମନୋଜ ଦାସ ଥିଲେ ଓଡ଼ିଆ କଥାସାହିତ୍ୟର ଅପୂର୍ବ ବାନ୍ଧାଣୀ
1 min read
ଇସ୍ପାତ ସାହିତ୍ୟ ସଂସଦରେ ମନୋଜ ଦାସଙ୍କ ସ୍ମୃତିରେ ସାହିତ୍ୟ ଆସର
ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଇସ୍ପାତ ସାହିତ୍ୟ ସଂସଦ’ ଆନୁକୁଲ୍ୟରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଣୁ ଗଳ୍ପ ପାଠ ଆସର ଅନୁଷ୍ଠିତ ହେବା ଅବସରରେ ମନୋଜ ଦାସଙ୍କ କଥା ସାହିତ୍ୟ ଆଲୋଚନା ଏବଂ ପୁସ୍ତକ ଅନାବରଣ କାର୍ଯ୍ୟକ୍ରମ ସଂସଦର ସଭାପତି ବ୍ରଜେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସହରର ସେକ୍ଟର-୭ ସ୍ଥିତ ସଂସଦର ସଭାଗୃହରେ ଅନୁଷ୍ଠିତ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରିମ୍ସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଯୋଗ ଦେଇ ମନୋଜ ଦାସଙ୍କ ଜୀବନୀ ଏବଂ ତାଙ୍କ ସହ ଥିବା ଅନ୍ତରଙ୍ଗ ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ଅଧ୍ୟାପକ କରୁଣାକର ପାଟଶାଣୀ ଯୋଗଦେଇ ମନୋଜ ଦାସଙ୍କ କଥା ସାହିତ୍ୟରେ ଆତ୍ମିକ ବିଚାର ଉପରେ ଆଲୋଚନା କରି ସେ ଓଡ଼ିଆ କଥାସାହିତ୍ୟର ଅପୂର୍ବ ବାନ୍ଧାଣୀ ବୋଲି ଅଭିହିତ କରିଥିଲେ।

କନକଲତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଂସଦର କାର୍ଯ୍ୟ କ୍ରମ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକାରୀ ସଭାପତି ମନୋଜ ନନ୍ଦ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଯୁବ ଗାଳ୍ପିକ ରଶ୍ମି ରମଣ ନନ୍ଦଙ୍କ ଶିଶୁ ଗଳ୍ପ ସଂକଳନ ‘କଥା କୌତୁକ’ କୁ ଅତିଥିମାନେ ଲୋକାର୍ପିତ କରିଥିଲେ। ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ଶିକ୍ଷାବିତ୍ ପ୍ରଶାନ୍ତ ପତି ପୁସ୍ତକଟିର ସାମାଜିକ ଗୁରୁତ୍ୱ ସମ୍ପର୍କରେ ମତ ଦେଇ ପୁସ୍ତକରେ ଥିବା ବିଭିନ୍ନ ଗଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ରାଜ୍ୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସଦସ୍ୟ ଲକ୍ଷ୍ମଣ ନାଥ ଦାସ।

ଦ୍ବିତୀୟ ପର୍ଯ୍ୟାୟ ଅଣୁ ଗଳ୍ପ ପାଠ ଆସରରେ ଅଧ୍ୟକ୍ଷତା କରିଥିଲେ ଉପସଭାନେତ୍ରୀ ରଶ୍ମୀବାଳା ରାଉତରାୟ ଏବଂ ସଂଯୋଜନା କରିଥିଲେ ବିକ୍ରମ ଆଚାର୍ଯ୍ୟ ଏବଂ ପୁଷ୍ପାରାଣୀ ପଟେଲ। ଏଥିରେ ଡଃ. କିଶୋରୀ ଦାଶ, ସବିତା ବସ୍ତିଆ, ଗୋୖତମ ଦାସ, ବିଜୟିନୀ ଜେନା, ସତ୍ୟବ୍ରତ ଦାସ, ଉପେନ୍ଦ୍ର ବସ୍ତିଆ, ପୁଷ୍ପାରାଣୀ ପଟେଲ, ନୃସିଂହ ଚରଣ ବିଶ୍ବାଳ, ମଞ୍ଜୁଳା କୁମାରୀ ରଥ, ଡାକ୍ତର ଗୀତାଞ୍ଜଳି ପତ୍ରୀ, ବ୍ରଜେନ୍ଦ୍ର ଦାସ, ବିକ୍ରମ ଆଚାର୍ଯ୍ୟ, ବନଲତା ମିଶ୍ର, ରଶ୍ମିବାଳା ରାଉତରାୟ ପ୍ରମୁଖ ଅଣୁ ଗଳ୍ପ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଗାଳ୍ପିକ ଭୂପେନ ମହାପାତ୍ର, ଡଃ.ନଗେନ ଦାସ, ଅକ୍ଷୟ କୁମାର ସାମଲ, ତ୍ରିଲୋଚନ ମଥାନ, ଡଃ. ଶକ୍ତି ପ୍ରସାଦ ସାମନ୍ତରାୟ, ଡଃ. ଅନଙ୍ଗ କୁମାର ପ୍ରହରାଜ, ପ୍ରଶାନ୍ତ କୁମାର ଦାସ, ଅଶୋକ ବଳ, ବିଭୁ ନାୟକ, ପ୍ରକାଶ ପଣ୍ଡା, ଗଙ୍ଗାଧର ପୁହାଣ, ବ୍ରଜ ବିହାରୀ ଦାସ, କଳ୍ପନା ନନ୍ଦ, ଶୁଭକାନ୍ତ ମହାପାତ୍ର, ରଶ୍ମୀ ସାହୁ, ଇଂ. ଅଶୋକ ପଟ୍ଟନାୟକ, ସୁମିତ୍ରା ମିଶ୍ର, ଶ୍ବେତ ବେହେରା, ମମତା ଜେନା, ପ୍ରଫୁଲ୍ଲ ସାମଲ, ସସ୍ମିତା ପ୍ରଧାନ, ଶିବ ପ୍ରସାଦ ବେହେରା, ଗୀତାଞ୍ଜଳି ବେହେରା, ପ୍ରଦୀପ ପଣ୍ଡା ପ୍ରମୁଖ ଅନେକ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ। ଶେଷରେ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।