ଦକ୍ଷିଣପୂର୍ବ ରେଳବାଇର ଆଦ୍ରା ଓ ଖଡ଼ଗପୁର ଡିଭିଜନ୍ର ଦୁଇଟି ସ୍ଥାନରେ ଆନ୍ଦୋଳନ ଯୋଗୁଁ ରେଳସେବା ବାଧାପ୍ରାପ୍ତ
1 min read
ବୁଧବାର ପ୍ରତ୍ୟୁଷରୁ ଦକ୍ଷିଣପୂର୍ବ ରେଳବାଇର ଆଦ୍ରା ଓ ଖଡ଼ଗପୁର ଡିଭିଜନ୍ର ଦୁଇଟି ସ୍ଥାନରେ ଆଦିବାସୀ କୁଡ଼ମି ସମାଜ ପକ୍ଷରୁ ଆନ୍ଦୋଳନ ଗୁରୁବାର ମଧ୍ୟ ଜାରି ରହିଛି। ଏହାଫଳରେ ବିଭିନ୍ନ ରେଳ ରାସ୍ତାରେ ରେଳସେବା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ରାଉରକେଲା ଦେଇ ଯାଇଥିବା ହାଉଡ଼ା-ମୁମ୍ବାଇ ମୁଖ୍ୟ ରେଳରାସ୍ତାର ଝାରସୁଗୁଡ଼ା-ଟାଟା-ଖଡ଼ଗପୁର-ହାଓଡ଼ା ରାସ୍ତାରେ ଗୁରୁବାର ଦିନ ୨୦ରୁ ଅଧିକ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି କିମ୍ବା କିଛିରାସ୍ତା ପର୍ଯ୍ୟନ୍ତ ବାତିଲ କରାଯାଇଛି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶାଲିମାର-ଏଲ୍ଟିଟି ଏକପ୍ରେସ, ଗୀତାଞ୍ଜଳି ଏକ୍ସପ୍ରେସ, ହାଓଡ଼ା-ଅହମଦାବାଦ ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସ ଆଦି। ସେହିଭଳି ଆଉ କିଛି ଟ୍ରେନ୍କୁ ରବିବାର ପର୍ଯ୍ୟନ୍ତ ବାତିଲ ବା କିଛିରାସ୍ତା ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହାମଧ୍ୟରେ ଉତ୍କଳ ଏକ୍ସପ୍ରେସ ସହିତ ଅନ୍ୟ କିଛି ଟ୍ରେନରହିଛି।

ସମ୍ପ୍ରତି ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଥିବାରୁ ଏବଂ ଅନେକ ମୁଖ୍ୟ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିବାରୁ ଶହ ଶହ ଟ୍ରେନ ଯାତ୍ରୀ ସମସ୍ୟାରେ ଥିବା ଦେଖିବାକୁ ମିଳିଛି। ଦକ୍ଷିଣପୂର୍ବ ରେଳପଥ ଦ୍ୱାରା ପ୍ରଦତ୍ତ ଏହି ସୂଚନାରେ ଟ୍ରେନ୍ ଚଳାଚଲ ବାତିଲ ବା ସାମୟିକ ରାସ୍ତା ପର୍ଯ୍ୟନ୍ତ ବାତିଲ ସମ୍ପର୍କୀତ ସୂଚନା ରହିଛି।