ଦକ୍ଷିଣପୂର୍ବ ରେଳବାଇର ଆଦ୍ରା ଓ ଖଡ଼ଗପୁର ଡିଭିଜନ୍ର ଦୁଇଟି ସ୍ଥାନରେ ଆନ୍ଦୋଳନକୁ ରେଳସେବା ବାଧାପ୍ରାପ୍ତ
1 min readବୁଧବାର ପ୍ରତ୍ୟୁଷରୁ ଦକ୍ଷିଣପୂର୍ବ ରେଳବାଇର ଆଦ୍ରା ଓ ଖଡ଼ଗପୁର ଡିଭିଜନ୍ର ଦୁଇଟି ସ୍ଥାନରେ ଆଦିବାସୀ କୁଡ଼ମି ସମାଜ ପକ୍ଷରୁ ଆନ୍ଦୋଳନକୁ ବିଭିନ୍ନ ରେଳ ରାସ୍ତାରେ ରେଳସେବା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ରାଉରକେଲା ଦେଇ ଯାଇଥିବା ମୁମ୍ବାଇ-ହାଓଡ଼ା ମୁଖ୍ୟ ରେଳରାସ୍ତାର ଝାରସୁଗୁଡ଼ା-ଟାଟା-ଖଡ଼ଗପୁର-ହାଓଡ଼ା ରାସ୍ତାରେ ବୁଧବାର ଦିନ ଏକାଧିକ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି କିମ୍ବା କିଛିରାସ୍ତା ପର୍ଯ୍ୟନ୍ତ ବାତିକ କରାଯାଇଛି। ରାଉରକେଲା ରେଳ ଷ୍ଟେସନର ପ୍ରବନ୍ଧକ ପ୍ରଭାତ କୁମାର ଦାସଙ୍କ ସୂଚନା ମୁତାବକ ଆଦ୍ରା ଡିଭିଜନ୍ର କୁସ୍ତାଉର ଏବଂ ଖଡ଼ଗପୁର ଡିଭିଜନ୍ର ଖେମାସୁଲ ଠାରେ ଆଦିବାସୀ କୁଡ଼ୁମି ସମାଜର ସଦସ୍ୟମାନେ ଆନ୍ଦୋଳନ କରୁଥିବାରୁ ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେମାନଙ୍କ ମଧ୍ୟରେ ରହିଛି ରାଉରକେଲା ଦେଇ ଯାଉଥିବା ଏଲତିଟି- ଶାଲିମାର ଏକପ୍ରେସ, ଗୀତାଞ୍ଜଳି ଏକ୍ସପ୍ରେସ, ଅହମଦାବାଦା-ହାଓଡ଼ା ଏକ୍ସପ୍ରେସ ଏବଂ ଇସ୍ପାତ ଏକ୍ସପ୍ରେସ ଆଦି। ସମ୍ପ୍ରତି ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଥିବାରୁ ଏବଂ ଅନେକ ମୁଖ୍ୟ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିବାରୁ ଶହ ଶହ ଟ୍ରେନ ଯାତ୍ରୀ ସମସ୍ୟାରେ ଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଗତକିଛିଦିନ ଧରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଆଦିବାସୀ କୁଡ଼ମି ସମାଜ ପକ୍ଷରୁ ସେମାନଙ୍କୁ ଅନୁସୁଚୀତ ଜାତି ବର୍ଗରେ ସାମିଲ କରିବାକୁ ନେଇ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ କିଛିଦିନ ପୂର୍ବେ ସଡ଼କପଥରେ ସିମୀତ ଥିଲାବେଳେ ବୁଧବାରଠାରୁ ଏହା ରେଳରାସ୍ତାରେ ଆରମ୍ଭ ହୋଇଛି।