ଏନ୍.ଆଇ.ଟି. ରାଉରକେଲାରେ‘ ଜି – ୨୦ ଜନ ଭାଗୀଦାରୀ’ ଅନ୍ତର୍ଗତ ବ୍ୟବସାୟ-ଅଧ୍ୟୟନ ସମ୍ପର୍କୀତ ଆଲୋଚନା

1 min read
Spread the love

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାରେ ‘ଜି-୨୦ ରେ ଜନ ଭାଗୀଦାରୀ’ କୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଆୟୋଜିତ ହୋଇଛି ବ୍ୟବସାୟ-ଅଧ୍ୟୟନ ସମ୍ପର୍କୀତ ଆଲୋଚନା୤ ଏଥିରେ ଫିକି ବା ଭାରତୀୟ ଶିଳ୍ପ ମହାସଂଘର ସଭାପତି ଶୁଭ୍ରକାନ୍ତ ପଣ୍ଡା ଓ ମହାନିର୍ଦ୍ଦେଶକ ଅରୁଣ ଚାୱଲା ପ୍ରମୁଖ ଯୋଗଦେଇଥିଲେ୤ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧିମାନ ପ୍ରମୁଖ ଯୋଗଦେଇଥିଲେ୤ ଶ୍ରୀ ପଣ୍ଡା ଓ ଶ୍ରୀ ଚାୱଲା ଏହି ଅବସରରେ ଉପସ୍ଥିତ ଛାତ୍ରଛାତ୍ରିମାନଙ୍କୁ ଉଦ୍‌ବୋଧନ ଦେଇ ସାମ୍ପ୍ରତିକ ସ୍ଥିତିରେ ବ୍ୟବସାୟ-ଅଧ୍ୟୟନ ସମ୍ପର୍କୀତ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ୤ ଛାତ୍ରଛାତ୍ରୀମାନେ ନିଜର ପାଠ୍ୟକ୍ରମ ସହିତ ପାଠ୍ୟକ୍ରମ ସମ୍ପର୍କୀତ ଅଧ୍ୟୟନ ପରେ ବ୍ୟବସାୟ ବା ଶିଳ୍ପ ଜଗତରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ଜ୍ଞାନ ସମ୍ପର୍କରେ ଶ୍ରୀ ପଣ୍ଡା ଓ ଶ୍ରୀ ଚାୱଲା ଅନେକ ଗୁରୁତ୍ବପୂର୍ଣ୍ଣ ଏବଂ ଉପାଦେୟ ପରାମର୍ଶ ଦେଇଥିଲେ୤ ଜନଭାଗିଦାରୀ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ଏହି ଆଲୋଚନା ହୋଇଥିଲା୤

Leave a Reply

Your email address will not be published. Required fields are marked *

error: Content is protected !!