ରାଉରକେଲା ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳର ମିଳିତ ଚଢ଼ାଉରେ ଗଞ୍ଜେଇ ଜବତ
1 min read
ରାଉରକେଲା ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳର ମିଳିତ ଚଢ଼ାଉରେ ଗଞ୍ଜେଇ ଜବତ
ରାଉରକେଲା ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳର ମିଳିତ ଚଢ଼ାଉରେ ଗଞ୍ଜେଇ ଜବତ କରାଯାଇଛି। ସୂଚନା ମୁତାବକ ଅବକାରୀ ବିଭାଗର ସବ୍ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ଓ ରେଳ ସୁରକ୍ଷା ବଳର ଅଧିକାରୀମାନେ ରେଳ ଷ୍ଟେସନ ଅଞ୍ଚଳରୁ ୨୦ କିଲୋ ଓ ୮୮୦ ଗ୍ରାମ୍ର ବେଆଇନ ଗଞ୍ଜେଇ ଜବତ କରାଯାଇଛି। ବଲାଙ୍ଗିର ଅଞ୍ଚଳରୁ ଚୋରାରେ ଗଞ୍ଜେଇ ଆଣୁଥିବା ରମାକାନ୍ତ ଭୋଇ ଓ ରାଜେଶ ଭୋଇ ଏହି ଗଞ୍ଜେଇ ଆଣି ରାଞ୍ଚିରେ ବିକ୍ରୟ ପାଇଁ ନେଉଥିବା ସୂଚନା ମିଳିଛି। ଏହି ଦୁଇଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ କରାଯାଇଥିବା ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ ବୋଲି ଜଣପଡ଼ିଛି।