ଖପ୍ରାଖୋଲରୁ ୪୭୬ ବୋତଲ କଫ ସିରପ ଜବତ
1 min read
ଖପ୍ରାଖୋଲରୁ ୪୭୬ ବୋତଲ କଫ ସିରପ ଜବତ: ଜଣେ ଅଭିଯୁକ୍ତ ଫେରାର
ବଲାଙ୍ଗୀର ଜିଲ୍ଲାରେ କଫ ସିରଫ କାରବାର ବନ୍ଦ ନେଇ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଆସୁଛି । ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ବେଆଇନ୍ କାରବାର ସମ୍ପୂର୍ଣ ବନ୍ଦ ପାଇଁ ଘନ ଘନ ଚଢ଼ାଉ ଓ ଅଭିଯୁକ୍ତ ଙ୍କୁ ଗିରଫ ନେଇ ବ୍ୟବସାୟୀ ଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏହିକ୍ରମରେ ଜିଲ୍ଲାର ଖପ୍ରାଖୋଲ ଅଞ୍ଚଳ ରେ ପୋଲିସ ୪୭୬ ବୋତଲ ଏସକଫ କଫ ସିରାଫ ଜବତ କରି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଗାଁ ଭଟଲିର ରଶ୍ମିରଞ୍ଜନ ବରିହା, ରମେଶ ବାରା ଏବଂ ଲୁହାସିଂହା ଗ୍ରାମର ଶେଷ ସେ ଗୁଠ୍ । ଏମାନଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୪୭୬ ବୋତଲ କଫ ସିରପ ସହ ଗୋଟିଏ ବାଇକ୍ ନଗଦ ୭୨୦୦ ଟଙ୍କା ଜବତ କରାଯାଇଛି। ଏହି ଘଟଣର ମୁଖ୍ୟ ଆସାମୀ ଲୁହାସିଂହା ଗ୍ରାମର ସୁନୀଲ ପୁଟେଲ ଫେରାର ଅଛି ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ଦାୟର କରାଯାଇ ଆଇପିସି ଧାରା ୨୭୪, ୨୭୫, ୨୭୬ ଓ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍ଆଇ ଗୋପୀନାଥ ମହାକୁଡ଼ ପ୍ରକାଶ କରିଛନ୍ତି ।