ରାଉରକେଲା ଇସ୍ପାତ କାରଖାନାରେ ବିଶ୍ଵ ପରିବେଶ ଦିବସ ପାଳିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଆର୍‌ଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଶିଳ୍ପ କୋଣାର୍କ ପ୍ରାଙ୍ଗଣ ରେ ପରିବେଶ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଆର୍‌ଏସପି ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା , ବିତ୍ତ ଓ ଲେଖା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏ କେ ବେହୁରିଆଙ୍କ ସମେତ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଚାରୀମାନେ ପରିବେଶ ଦିବସର ବ୍ୟାଜ ମଧ୍ୟ ପରିଧାନ କରିବା ସହ ପରିବେଶ ସୁରକ୍ଷା ଶପଥପାଠ କରାଯାଇଥିଲା। ଆର୍‌ଏସ୍‌ପି ସାମୁହିକଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ଭୌମିକ  ସମସ୍ତଙ୍କୁ ପରିବେଶ ସୁରକ୍ଷା ସହିତ ପୃଥିବୀକୁ ସ୍ବଚ୍ଛ ସବୁଜ କରିବାକୁ ଆହ୍ଵାନ ଦେବା ସହିତ “ରାଉରକେଲା ଏବଂ ଏହାର ଆଖ ପାଖ ଅଞ୍ଚଳକୁ ସ୍ବଚ୍ଛ ସବୁଜ ରଖିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା ବୋଲି କହିଥିଲେ। “ଆମେ ମାତୃଭୂମି ଠାରୁ ଯେଉଁଭଳି ଅନେକ କିଛି ନେଉଛୁ ସେହି ଭଳି ତାର ଆବଶ୍ୟକ ଅନୁଯାୟୀ ଆମକୁ ଫେରାଇବାକୁ ହେବ” ବୋଲି କହିଥିଲେ। ଆମର ପରିବେଶ ଅନୁକୁଳ ପ୍ରକଳ୍ପ  ଟି ଏସ -୧, ଏସ ଟି ପି, ଇ ଟି ପି କାର୍ଯ୍ୟକ୍ଷମ ଅଛି ଏବଂ ଆମେ ପରିବେଶର ସମସ୍ତ ନିୟମ ଅନୁପାଳନ କରୁଛୁ ବୋଲି ସୂଚନା ଦିଆଯାଇଥିଲା। ପରିବେଶ ଇଞ୍ଜିନିୟରିଂ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ପି ସି ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 

ଅପରାହ୍ନରେ ଏହି ଦିବସ ପାଳନ ଉପଲକ୍ଷେ ଶିକ୍ଷଣ ଓ ବିକାଶ  କେନ୍ଦ୍ରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଭୌମିକ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କାରଖାନାର ବହୁ ଅନ୍ୟ ସିଜିଏମ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଭୌମିକ ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆରଏସପିର ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ପରିବେଶ ସହିତ ସନ୍ତୁଳନ ବଜାୟ ରଖି ଇସ୍ପାତ ଉତ୍ପାଦନ ପାଇଁ ବିବିଧ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ। ଚଳିତ ବର୍ଷର ର ବିଶ୍ବ ପର୍ଯ୍ୟାବରଣ ଦିବସର ବାର୍ତ୍ତା “ଆମ ଭୂମି ଆମ ଭବିଷ୍ୟତ”  ଉପରେ ଉଲ୍ଲେଖ କରି ସେ ସମସ୍ତଙ୍କୁ ଧରାପୃଷ୍ଠକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ଆହ୍ଵାନ ଦେଇଥିଲେ। “ଆମେ ଏହି ସୁନ୍ଦର ଧରାପୃଷ୍ଠକୁ ଉତ୍ତରାଧିକାରୀ ସୂତ୍ରେ ଗ୍ରହଣ କରିଛେ ଏବଂ ଭବିଷ୍ୟପୀଢିଙ୍କୁ ଏହାର ପରିବେଶକୁ ସୁସ୍ଥ ଅବସ୍ଥାରେ ହସ୍ତାନ୍ତର କରିବା ଆମର ପ୍ରମୁଖ ଦାୟିତ୍ଵ ଅଟେ,” ବୋଲି ସେ ଗୁରୁତ୍ଵାରୋପ କରିଥିଲେ। 

ଏହି ଦିବସ ପାଳନ ଉପଲକ୍ଷେ ଆର ଏସପି କର୍ମଚାରୀ ମାନଙ୍କ ପାଇଁ ଆୟୋଜିତ ହୋଇଥିବା ପ୍ରବନ୍ଧ ଓ  ସ୍ଲୋଗାନ ପ୍ରତିଯୋଗିତାର ବିଜେତାମାନଙ୍କୁ ଡ଼ିଆଇସି ପୁରସ୍କୃତ କରିଥିଲେ। ଏ ବର୍ଷ ର ଡିକାର୍ବୋନାଇଜେସନ ପଦକ୍ଷେପ ପାଇଁ ସିଣ୍ଟେରିଙ୍ଗ ପ୍ଳାଣ୍ଟ ୨ ଓ ୩ ବିଭାଗକୁ ଡି ଆଇ ସି ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପରିବେଶ ଇଞ୍ଜିନିୟରିଂ ବିଭାଗର ଶ୍ରୀ ଦାସ ସ୍ବାଗତ ଅଭିଭାଷଣ ଜଣାଇ ଏ ବର୍ଷର ର ଏ ଦିବସ   ପାଳନର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।  ପରିବେଶ ଇଞ୍ଜିନିୟରିଂ ବିଭାଗର ମହାପ୍ରବନ୍ଧକ ଭି ଭି ଆର ମୂର୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରିବେଶ ଇଞ୍ଜିନିୟରିଂ ବିଭାଗର ମ୍ୟାନେଜର ସୁଶ୍ରୀ ରଜନୀ ପ୍ରଗଡା ଏହି କାର୍ଯ୍ୟକ୍ରମ  ସଂଯୋଜନା କରିଥିଲେ। ସୂଚନା ମୁତାବକ ରାଉରକେଲା ଇସ୍ପାତ କାରଖାନା ପରିବେଶର ସୁରକ୍ଷା ଓ ସଂରକ୍ଷଣ ପୂର୍ବକ ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନ ପାଇଁ ନିରବଛିନ୍ନ ରୂପେ ପ୍ରୟାସ କରୁଛି। ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟାର ପ୍ରଗତିଶୀଳ ପ୍ରୟୋଗ, ପରିବେଶ ନିରୀକ୍ଷଣ ଏବଂ ପରିବେଶ ସଚେତନତାର ବାର୍ତ୍ତାର ପ୍ରସାର ଇସ୍ପାତ କାରଖାନାର ତିନି ପ୍ରମୁଖ ଧ୍ୟାନକେନ୍ଦ୍ର ରହିଛି । 
 

                            
                        
	                    

Leave a Reply

Your email address will not be published. Required fields are marked *

error: Content is protected !!