ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମ ଦିନ ପାଳନ

1 min read
Spread the love

ସେକ୍ଟର-୧୮ ମାର୍କେଟରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ରାଉରକେଲା ଡେଭଲପମେଣ୍ଟ ଫ୍ରଣ୍ଟ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୧ତମ ଜନ୍ମ ଦିନ ପାଳନ ହୋଇଯାଇଛି। ଫ୍ରଣ୍ଟ୍‌ର ମୁଖ୍ୟ ତଥା ସମାଜସେବୀ ହରିହର ରାଉତରାୟଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫ୍ରଣ୍ଟ୍‌ର ସଦସ୍ୟ ଏବଂ କର୍ମକର୍ତ୍ତାଙ୍କ ସମେତ ସେକ୍ଟର-୧୮ ମାର୍କେଟର ରବିନ୍ଦ୍ର ପ୍ରଧାନଙ୍କ ସମେତ କିଛି ବ୍ୟବସାୟୀ ସାମିଲ ହୋଇଥିଲେ।

ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିଲ୍ଲୀପ ରାୟଙ୍କ ଦୀର୍ଘ ଜୀବନ ପାଇଁ କାମନା କରାଯାଇଥିଲା। ଏହା ସହିତ ମିଷ୍ଟାନ୍ନ ବଣ୍ଟନ ସହିତ କେକ୍‌ କଟାଯାଇ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ରାମଲାଲାଙ୍କ ମନ୍ଦିରର ପ୍ରତୀକଭାବେ ଏକ ମନ୍ଦିରର ଚିତ୍ର ମୁରୁଜ ସାହାଯ୍ୟରେ ତିଆରି ଅନ୍ୟତମ ଆକର୍ଷଣ ଥିଲା।

Leave a Reply

Your email address will not be published. Required fields are marked *

error: Content is protected !!