ମାନବ ସେବା ହିଁ ମାଧବ ସେବା ପରିବାର ପକ୍ଷରୁ ବାବା ଆଖଣ୍ଡଳମଣି ପୀଠରେ ସେବା କାର୍ଯ୍ୟ
1 min read
ସାମାଜିକ ସଙ୍ଗଠନ ‘ମାନବ ସେବା ହିଁ ମାଧବ ସେବା ପରିବାର’ ପକ୍ଷରୁ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣୀ ମନ୍ଦିର ପରିସର, ରାସ୍ତା କଡ଼ ଏବଂ ନିକଟରେ ଥିବା ପୋଖରୀ କୂଳରେ ସଫେଇ କାର୍ଯ୍ୟ କରାଯାଇଛି। ଏହା ସହିତ ସ୍ଥାନୀୟ ଅଞ୍ଚଳର 30 ଜଣ ଦୁସ୍ଥ ଦରିଦ୍ର ନାରାୟଣ ମାନଙ୍କୁ କମ୍ବଳ ଏବଂ 150 ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଚନ୍ଦ୍ର ଶେଖର ଶତପଥୀ, ସଭାପତି ଦିପ୍ତିକାନ୍ତ ମହାପାତ୍ର , ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ବରିଷ୍ଠ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଅନୁଷ୍ଠାନର ଏହିଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିବା ସହ ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି।

ସୂଚନା ମୁତାବକ ଭଦ୍ରକ ଜିଲ୍ଲାରେ ଅବସ୍ଥିତ ପ୍ରଶିଦ୍ଧ ଶୈବ ପୀଠଭାବେ ପରିଚିତ ବାବା ଆଖଣ୍ଡଳମଣୀ ଏକ ପ୍ରତିଷ୍ଠିତ ତୀର୍ଥସ୍ଥାନ। ସେଥିପାଇଁ ବର୍ଷ ତମାମ୍ ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଗମନ କରିଥାନ୍ତି। ତେଣୁ ଏହି ସ୍ଥାନର ସ୍ୱଚ୍ଛତା ଏକ ଜରୁରୀ ଆବଶ୍ୟକତା ରହିଥିବାକୁ ଦୃଷ୍ଟି ରଖି ମାନବ ସେବା ହିଁ ମାଧବ ସେବା ପରିବାର ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟ କରାଯାଇଥିଲା।