ଆର୍‌ଏସପି ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ସାମୁଦାୟିକ ଦ୍ଵାରା ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ସମାଜର ବିଭିନ୍ନ ବର୍ଗର ଲୋକ ଏହି ଦିବସ ପାଳନ ଉପଲକ୍ଷେ ଶପଥ ଗ୍ରହଣ କରିବା ସହିତ ‘ରନ ଫର ୟୁନିଟି’ରେ ଭାଗ ନେଇଥିଲେ। ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକଙ୍କ ନେତୃତ୍ୱରେ ଡିଆଇସିଙ୍କ ସଚିବାଳୟ ସ୍ଥିତ ‘ମନ୍ଥନ’ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଅନେକ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଓଡିଆ, ହିନ୍ଦୀ ଏବଂ ଇଂରାଜୀରେ ରାଷ୍ଟ୍ରୀୟ ଏକତା ଦିବସର ଶପଥ ଗ୍ରହଣ କରିଥିଲେ।

ଏହି ଅବସରରେ କାରଖାନାର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପି କେ ସାହୁ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୋମନାଥ ତ୍ରିପାଠୀ,  ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗରର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା, କାର୍ମିକ ଓ ପ୍ରଶାସନ ବିଭାଗରର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତରୁଣ ମିଶ୍ର,  ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଆଲୋକ ବର୍ମା ଓ ଅର୍ଥ ବିଭାଗ ର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏକେ  ବେହୁରିଆ ନିଜ ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହିତ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରିଥିଲେ।

ଏହା ସହିତ କାରଖାନାର ବିଭିନ୍ନ କାର୍ଯ୍ୟ।ଳୟରେ କର୍ମଚାରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ଭାଗନେଇ ଓଡିଆ, ହିନ୍ଦୀ ଓ ଇଂରାଜୀରେ ଶପଥ ଗ୍ରହଣ କରିଥିଲେ।  ଏହି ଅବସରରେ ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ରୂପେ ଆୟୋଜିତ “ରନ ଫର ୟୁନିଟି” କାର୍ଯ୍ୟକ୍ରମରେ ଆରଏସପିର ହକି କ୍ୟାଡେଟଙ୍କ ସମେତ ପ୍ରାୟ ୨୦୦ କ୍ରୀଡାବିତ ଭାଗ ନେଇଥିଲେ । ଏହି ଦିବସ ଉପଲକ୍ଷେ ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନରେ ଇସ୍ପାତ ଷ୍ଟାଡିୟମ ଠାରେ ଉକ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ଆରଏସପି ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ ଶ୍ରୀ ପି କେ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଗଣଦୌଡକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ମାନେ ଷ୍ଟାଡିୟମ ମଧ୍ୟରେ ୧ କିଲୋମିଟର ଦୂରତା ଅତିକ୍ରମ କରି ଫେରିଥିଲେ। ଏହି ଅବସରରେ ବହୁ ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରୋଟୋକଲ, ହସ୍ପିଟାଲିଟି, ସମାଜ କଲ୍ୟାଣ ବିଭାଗର ଜିଏମ ଇନ ଚାର୍ଜ ଶ୍ରୀ ଆର କ ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସିଆରଏମ ବିଭାଗର ଶ୍ରୀ ଅନିଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଆରଏସପି ଦେଶର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ଏହାର ପ୍ରତିବଦ୍ଧତାକୁ ଦୋହରାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!