ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଭାରତ ନିର୍ମାଣ ସମ୍ମାନ ପ୍ରଦାନ
1 min read
ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଭାରତ ନିର୍ମାଣ ସମ୍ମାନ ଏବଂ ସର୍ବଭାରତୀୟ ସ୍ତରର ଶିଶୁ କଳାକାର ସମ୍ମାନ ଉତ୍ସବ ଭୁବନେଶ୍ବର କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥିଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାୟ, ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ପିତବାସ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଏବଂ ହାପି ମୋମେଣ୍ଟର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟ ଶିଳ୍ପୀ ରୋଜାଲିନ ସୁନ୍ଦରରାୟ। ଅନୁଷ୍ଠାନର ରାଜ୍ୟ ସଂଗଠକ ଦିବାକର ଦାସଙ୍କ ସମେତ ମୋହନ ପଟ୍ଟନାୟକ, ରୋବଟ ହାଇଫିଲ, ଅର୍ଚନା ନାୟକ, ଜାଲି ସାହୁ, ବିମଲ ହଗନ, ରଶ୍ମିତା ମଲ୍ଲିକ, ସୁଜାତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ଭାରତର କୋଣ ଅନୁକୋଣରୁ ବିଭିନ୍ନ ବର୍ଗର ପଚାଶ ଜଣଙ୍କୁ ମାନପତ୍ର ଏବଂ ଉତ୍ତରୀୟ ସହିତ ସ୍ମୃତି ଫଳକ ସମ୍ମାନିତ କରାଯାଇଥିଲା। ସମ୍ମାନୀତ ପ୍ରତିଭାଙ୍କ ମଧ୍ୟରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମହେଶ ହାଜରା, ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ, ଖାଦ୍ୟ ବିଶେଷଜ୍ଞ ସଂଗୀତା ଦାସଙ୍କ ସମେତ ଜନନୀ ମିଶ୍ର, ନରେଶ ଆର୍ୟା, କବି ରକ୍ଷକ ନୟକ, ସମାଜସେବୀ କମଲ ଅଗ୍ରୱାଲ, ବବିତା ମହାନ୍ତି, ପ୍ରଜ୍ଞା ପାରମିତା ପରିଡା, ସୁଦିପ ସାହୁ, ବନ୍ଦୀତା ତ୍ରିପାଠୀ, କୁମାର ବେହେରା, କାର୍ତିକ ରାଉତ, ଗାରିମା ପତ୍ରୀ ପ୍ରମୁଖ ଥିଲେ। ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଶିବାନନ୍ଦ ବାରିକ ଓ ମୋନାଲିସା ସାହୁ।