କର୍ତ୍ତବ୍ୟରତ ଟ୍ରେନ ଟିକେଟ ନିରୀକ୍ଷକଙ୍କ ପ୍ରଶଂସନୀୟ କାର୍ଯ୍ୟ
1 min read
କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ୍ରେ ବିଳାସପୁରରୁ ଚକ୍ରଧରପୁର ଯାଉଥିବା ସମୟରେ ଭୁଷଣ ପ୍ରସାଦ ନାମକ ଜଣେ ଟ୍ରେନ ଟିକେଟ ନିରୀକ୍ଷକଙ୍କ ପ୍ରଶଂସନୀୟ କାର୍ଯ୍ୟ ସମ୍ପ୍ରତି ଆଲୋଚନାର ବିଷୟ ହୋଇଛି। ସୂଚନା ମୁତାବକ ଟ୍ରେନ୍ର ଏସ-୧୦ କୋଚ୍ରେ ଟିକେଟ ଯାଞ୍ଚ କରିବା ସମୟରେ ଜଣେ ଯାତ୍ରୀଙ୍କ ଗୋଡରେ ଆଘାତ ଲାଗିଛି ପ୍ରବଳ ରକ୍ତସ୍ରାବ ହେଉଥିବ ଦେଖିବାକୁ ପାଇଥିଲେ । ସେ ରକ୍ତସ୍ରାବ ବନ୍ଦ କରିବାକୁ ଯାତ୍ରୀଙ୍କୁ ପ୍ରଥମ ସହାୟତା ପ୍ରଦାନ କରି ବିଲାସପୁର ଡିଭିଜନର ବାଣିଜ୍ୟିକ ନିୟନ୍ତ୍ରଣକୁ ଜଣାଇଥିଲେ। ଏହାର ଜବାବରେ ଚମ୍ପା ଜଙ୍କସନରେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା ଏବଂ ଯାତ୍ରୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଶୀଘ୍ର ପ୍ରତିକ୍ରିୟା ଏବଂ ଉପସ୍ଥିତି ବୁଦ୍ଧି ଦ୍ୱାରା ସେ ଏକ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲେ। ଏଥିପାଇଁ ଭୁଷନଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା କରାଯାଇଛି।