Skip to content
ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡ ର କାର୍ଯ୍ୟକାରିଣୀ ବୈଠକ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନବ ନିଯୁକ୍ତିପ୍ରାପ୍ତ ଜିଲ୍ଲା ବୋର୍ଡ ର ସଭାପତିଙ୍କ ଅନୁପସ୍ଥିତିରେ ଉପ ସଭାପତି ଯୁଗଳ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ପରିଚାଳିତ ହୋଇଥିଲା। ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା ବକ୍ସି ଜଗବନ୍ଧୁ ସାହାସିକତା ସମ୍ମାନ ୨୦୨୩ ସମ୍ପର୍କୀତ ପ୍ରସଙ୍ଗ। ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ୨୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାସ୍ଥିତ ପରିଚ୍ଛଳ ଗ୍ରାମ, ବେଗୁନିଆରେ ମହା ଆଡମ୍ବର ସହକାରେ ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମର ରୂପରେଖ ଓ ଆବଶ୍ୟକୀୟ ଅଟକଳ ପ୍ରସ୍ତୁତ କରିବା ପାଇଁ ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ଗ୍ଲୋବାଲ ଅପେରସନ ହେଡ, ସୁବାସିନୀ ବଳ, ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ଓଡିଶା ରାଜ୍ୟ ମହିଳା ସଭାପତି ପ୍ରିୟମ୍ବଦା ନାୟକ, ଓଡିଶା ରାଜ୍ୟ ବୋର୍ଡ ସଚିବ ସସ୍ମିତା ସାହୁ, ର୍ଖୋର୍ଦ୍ଧା ର ଖୋର୍ଦ୍ଧା ଯୁବ ସଭାପତି ଅବିନାଶ ନାୟକ , ଜିଲ୍ଲା ମହିଳା ସଭାପତି ସୁବ୍ରତା ବନ୍ଦୋପାଧ୍ୟାୟଙ୍କ ସମେତ ଅବିନାଶ ସାମନ୍ତରାୟ, ଓଡିଶା ରାଜ୍ୟ ଉପଦେଷ୍ଟା ଡଃ. ଆର. କେ ମିଶ୍ର ଏବଂ ଖୋର୍ଦ୍ଧା ଜିଲ୍ଲା ବୋର୍ଡ଼ ର ପଦାଧିକାରୀଗଣ ଉପସ୍ଥିତ ଥିଲେ।
Post Views: 196
error: Content is protected !!