Skip to content
ଭୁବନେଶ୍ଵର ମହାନଗର ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଅଖଣ୍ଡ ଭାରତ ଦିବସ ୟୁନିଟ୍ -୩ ରାମ ମନ୍ଦିର ନିକଟରେ ପାଳିତ ହୋଇଯାଇଛି । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ଇଂରେଜ ସରକାର ଭାରତ ଛାଡ଼ିବା ପୂର୍ବରୁ ବିଶାଳ ଭାରତ ବର୍ଷର ବିଭାଜନ କରିଥିଲେ । ଏହି ଗୋଟିଏ ଦିନରେ ଭାରତର ଜାତୀୟ ମାନଚିତ୍ର ବଦଳି ଯାଇଥିଲା। ମୁସଲିମ ଲିଗ୍ ଓ ବ୍ରିଟିଶ୍ ନେତୃତ୍ୱରେ ଏ ବିଭାଜନ ସଂଘଟିତ ହେଉଥିବା ବେଳେ କଂଗ୍ରେସ୍ ଏହାର ନୀରବ ସମର୍ଥକ ରହିଥିଲା। ୨ ଲକ୍ଷରୁ ଉର୍ଦ୍ଧ୍ବ ହିନ୍ଦୁଙ୍କର ଗଣହତ୍ୟା ହୋଇଥିଲା ବେଳେ ଲକ୍ଷ ଲକ୍ଷ ହିନ୍ଦୁ ମହିଳାଙ୍କ ବଳାତ୍କାର ଏବଂ ୨୨ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବାସଚ୍ୟୁତ ହୋଇଥିଲେ। ଏଣୁ ଅଖଣ୍ଡ ଭାରତ ଦିବସ ଆମ ପାଇଁ କୌଣସି ଉତ୍ସବ ନୁହେଁ ବରଂ ଗଭୀର ଦୁଃଖ ଓ ଅବସାଦ ଭିତରେ ଆମେ ହରାଇଥିବା ଭୂଭାଗ ଅକ୍ତିଆର କରି ପୁନଃ ଅଖଣ୍ଡ ଭାରତ ସ୍ଥାପନା କରି ପରମ ବୈଭବଶାଳୀ ବିଶ୍ୱଗୁରୁ ଭାରତ ନିର୍ମାଣ କରିବାକୁ ସଂକଳ୍ପ ନେବାର ଦିବସ ବୋଲି ବିଶ୍ୱ ହିନ୍ଦୁ ପରିଷଦର ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରଥ କହିଥିଲେ। ଆଜିର ପାକିସ୍ଥାନ ଏବଂ ବାଂଲାଦେଶ ନାମରେ ନାମିତ ଭୂଭାଗ ଭାରତର ଓ ହିନ୍ଦୁମାନଙ୍କର ସମ୍ପତ୍ତି। ଏହାକୁ ଅକ୍ତିଆର କରି ଅଖଣ୍ଡ ଭାରତ ସ୍ଥାପନା କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ପ୍ରାନ୍ତ ସହ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ, ପ୍ରିୟରଞ୍ଜନ ସାହୁ , ଦୀନବନ୍ଧୁ ଷଡ଼ଙ୍ଗୀ, ମହାନଗର ସଂଯୋଜକ ପ୍ରତ୍ୟୁଷ ରାଉତରାୟ, ଚିନ୍ମୟ ସାମଲ, ଅର୍ଜୁନ ପ୍ରଧାନ, ପ୍ରଦୀପ କୁମାର ମହାନ୍ତି, ବିପିନ କୁମାର ସାମଲ, ଅଭିମନ୍ୟୁ ପାତ୍ର, ହିମାଂଶୁ ଭୁଷଣ ଦାସ, ବିଶେଷ ଚୈତନ୍ୟ ମହାରାଜଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Post Views: 111
error: Content is protected !!