ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ରେଳ ଚଳାଚଳ ପାଇଁ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା

1 min read
Spread the love

ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ରେଳ ଚଳାଚଳ ବିଶେଷ କରି ରାଉରକେଲା – ଚକ୍ରଧରପୁର- କେନ୍ଦୁଝର- ଜାଜପୁର ରୋଡ- ଭଦ୍ରକ- ବାଲେଶ୍ଵର ଇଣ୍ଟରସିଟି ଚଳାଚଳ ପାଇଁ ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଜାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର ୮ଟି ସାମାଜିକ ଅନୁଷ୍ଠାନ ତରଫରୁ ଏକ ପ୍ରତନିଧି ଦଳ ଦିଲ୍ଲୀ ଯାତ୍ରା କରିଥିଲେ। ଦିଲ୍ଲୀରେ ରହଣି ସମୟରେ ଶଶଧର ପାତ୍ର ଜଗନ୍ନାଥ ରାଉତ ଓ ଅକ୍ଷୟ କୁମାର ଦାସ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ସାକ୍ଷାତ କରିଥିଲେ। ରାଉରକେଲାରୁ ରହି ନିହାର ରାୟ ଜୁଏଲ ଓରାମଙ୍କ ସହଯୋଗରେ ସଂସଦ ଭବନ ପରିସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରିଥିଲେ। ମନ୍ତ୍ରୀ ମହୋଦୟଙ୍କୁ ରେଳ ଚଳାଚଳର ଆବଶ୍ୟକତା, ଉପକାରିତା, ତୀର୍ଥ କ୍ଷେତ୍ରର ଉନ୍ନତି, ସମୟ ଓ ଅର୍ଥର ସଦୁପଯୋଗ ଆଦି ବିଶଦ ବିବରଣୀ ପ୍ରଦାନ କରାଗଲା। ଏହି ପ୍ରତିନିଧି ଦଳରେ ଉତ୍ତର ଓଡିଶା ରେଳ ସମନ୍ୱୟ ସମିତି, ଧାମରା ସଂଘ, ବିରଜା ସଂଘ, ସୁବର୍ଣ୍ଣରେଖା, ରାଜକନିକା ବିକାଶ ପରିଷଦ, ରେଳ ବିକାଶ ସମିତି, ବାସୁଦେବପୁର ଜନକଲ୍ୟାଣ ପରିଷଦ, ଶ୍ରୀ ଲକ୍ଷ୍ମୀ ବରାହ ସଂଘ, ବାସନ୍ତୀ ପରିଷଦ, ରାଜକନିକା ବିକାଶ ପରିଷଦ, ସଚେତନ ନାଗରିକ ମଞ୍ଚ ଆଦି ଅନେକ ଅନୁଷ୍ଠାନ ନିଜ ନିଜର ଦାବିପତ୍ର ଉପସ୍ଥାପନ କରିଥିଲେ। ରେଳମନ୍ତ୍ରୀ ମହୋଦୟ ଏହାକୁ ବିଚାରକୁ ନିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥିତ ରହି ଏହି ଦାବି ସପକ୍ଷରେ ସମର୍ଥନ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!