ଜାମ୍‌ସେରା ଅଞ୍ଚଳରେ ଚାଲିଥିବା ବେଆଇନ ଇଟାଭାଟି ଚାଲିଥିବା ଅଭିଯୋଗରେ ପ୍ରଦୂଷଣ ବୋର୍ଡ ଅଧିକାରିଙ୍କ ଯାଞ୍ଚ

1 min read
Spread the love

ରାଉରକେଲା ସହର ଉପକଣ୍ଠରେ ଥିବା କୋଏଲ ନଦୀ କୁଳର ଜାମ୍‌ସେରା ଅଞ୍ଚଳରେ ଚାଲିଥିବା ବେଆଇନ ଇଟାଭାଟି ଚାଲିଥିବା ଅଭିଯୋଗରେ ପ୍ରଦୂଷଣ ବୋର୍ଡ ଅଧିକାରି ଯାଞ୍ଚ କରିଛନ୍ତି। ସୂଚନା ମୁତାବକ ଗତ କିଛିଦିନ ପୂର୍ବେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ଏହି ଅଞ୍ଚଳରେ ସୁରେଶ କୁମ୍ଭାର ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଚାଲିଛି ଦୁଇଟି ବେଆଇନ ଇଟାଭାଟି ଚାଲିଥିବା ନେଇ ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳରେ ଅଭିଯୋଗ କରାଯାଇଥିଲା।

ବିଶେଷ କରି ଏହି ଇଟାଭାଟି ଯୋଗୁଁ ବ୍ୟାପକ ପ୍ରଦୂଷଣ ହେବା ସହ ଏହି ଇଟା ଭାଟିରେ ଛୋଟ ଛୋଟ ପିଲାମାନଙ୍କୁ ବେଆଇନଭାବେ କାର୍ଯ୍ୟ କରାଯାଉଥିବା ନେଇ ଅଭିଯୋଗ କରାଯାଇଥିଲା। ପ୍ରଦୂଷଣ ବିଭାଗରେ ହୋଇଥିବା ଏହି ଅଭିଯୋଗ ସହିତ ଶ୍ରମ ବିଭାଗ ସହିତ ଅନ୍ୟାନ୍ୟ ବିଭାଗରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଏହି କ୍ରମରେ ଜୁଲାଇ ମାସର ପ୍ରଥମ ସପ୍ତାହରେ ପ୍ରଦୂଷଣ ବିଭାଗର ଅଧିକାରୀମାନେ ଇଟାଭାଟିରେ ପହଞ୍ଚି ବିଭିନ୍ନ ପ୍ରସଙ୍ଗରେ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ରିପୋର୍ଟ ଅନୁଧ୍ୟାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଇଟାଭାଟି ନଦୀ କୂଳରେ ବର୍ଷ ବର୍ଷ ଧରି ଚାଲୁଥିଲେ ସୁଦ୍ଧା ପ୍ରଶାସନ ଓ ପ୍ରଦୁଷଣ ବିଭାଗ କିପରି କିଛି ଯାଣି ପାରୁନାହାଁନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!