ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଯୁବକର ମୃତ୍ୟୁ: ଆର୍‌ଏସପି ସହର ସେବା ବିଭାଗର ବେପରୁଆ ନୀତିକୁ ନେଇ ଆଲୋଚନା

1 min read
Spread the love

ଗତ ରାତ୍ରରେ ସେକ୍ଟର-୨୧ ସ୍ଥିତ ଏକ ବସ୍ତିରେ ରହୁଥିବା ରଞ୍ଜିତ ରଜକ ନାମକ ଜଣେ ଯୁବକ କୌଣସି କାର୍ଯ୍ୟ ପାଇଁ ସେକ୍ଟର-୧୯ର ଆଇଜିଏଚ୍‌ ମୁଖ୍ୟ ରାସ୍ତା ଦେଇ ଆସୁଥିଲେ। ଏହି ସମୟରେ ସେ ନେହେରୁ ପାର୍କର ପାଚେରୀ ନିକଟରେ କିଛି ସମୟ ପାଇଁ ଅଟକି ଥିଲେ । କୌଣସି କାରଣରୁ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଅଟକାଇବା ନିମନ୍ତେ ଥିବା ତାରକୁ ରଞ୍ଜିତ ଧରି ପକାଇଥିଲେ। ଏହାପରେ ସେହି ତାରରେ ବିଦ୍ୟୁତ ସଂଚାରଣ ହେଉଥିବାରୁ ଘଟଣାସ୍ଥଳରେ  ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଶନିବାର ସକାଳୁ ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ସେକ୍ଟର-୧୯ ଥାନା ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ କିଛିଦିନ ପୂର୍ବେ ହୋଇଥିବା ପବନରେ ସେକ୍ଟର-୧୯ ଆଇଜିଏଚ୍‌ ରାସ୍ତାରେ ବିଦ୍ୟୁତ ତାର ଛିଡ଼ି ପଡ଼ିବା ପରେ ତାରକୁ ଠିକ୍‌ଭାବେ ନଲଗାଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆର୍‌ଏସପି ସହର ସେବା ବିଭାଗର ବେପରୁଆ ମନୋଭାବ ଯୋଗୁଁ ଜଣେ ଯୁବକର ଅକାଳ ମୃତ୍ୟୁ ହୋଇଥିବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *

error: Content is protected !!