ଜେ ଏମ୍ ସ୍ପୋର୍ଟ୍ସ ଏକାଡେମୀ ପକ୍ଷରୁ ବିଶ୍ଵକ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ
1 min read
ଭୁବନେଶ୍ୱର ର ମଞ୍ଚେଶ୍ୱର ସମେଇ ଗାଡିଆ ରେ ଥିବା ଜିମ୍ନାଷ୍ଟିକ ଏକାଡେମୀ ଜେ ଏମ ସ୍ପୋର୍ଟସ ର ଅଧକ୍ଷା ମିରାରାଣୀ ଦାସ ଙ୍କ ନେତୃତ୍ୱରେ ବିଶ୍ଵକ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ ହୋଇ ଯାଇଛି। ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୨ ତାରିଖ ଦିନ ଏହି ଦିବସ ପାଳିତ ହୋଇଛି। କ୍ରୀଡ଼ାବିତ ଓ କ୍ରୀଡାସାମ୍ବାଦିକଙ୍କ ଭିତରେ ଉତ୍ତମ ସମ୍ପର୍କ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବନାକୁ ଅଧିକ ନିବିଡ଼ କରିବା ପାଇଁ ଯେ ଜେ ଏମ ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଏହି ଦିବସ ପାଳନ ହୋଇଛି। ଏହି ଅବସରରେ ଭୁବନେଶ୍ୱରର ବରିଷ୍ଠ କ୍ରୀଡା ସାମ୍ବାଦିକ ସୁରେଶ ସ୍ୱାଇଁ, ଲିଙ୍ଗରାଜ ରାଉତ, ପ୍ରତାପ ପ୍ରଧାନ, ବିଜୟ କୁମାର ରଣା ଓ ମନୋରଞ୍ଜନ ଦାସ ପ୍ରମୁଖଙ୍କୁଅ ସମ୍ପର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଅତିଥି ରୂପେ ଅତିଶ କୁମାର ରାଉତ ଓ ଲଳିତ କୁମାର ମହାନ୍ତି ଉପସ୍ଥିତ ରହି ଆଜିର ବିଶ୍ୱ କ୍ରୀଡା ସାମ୍ବାଦିକ ଦିବସ ବିଷୟରେ ଉପସ୍ଥିତ ଥିବା ଖେଳାଳି , ପ୍ରଶିକ୍ଷକ ଓ ଅଭିଭାବକମାନଙ୍କୁ ସ୍ୱାଗତ କରିଥିଲେ। ଏହା ସହିତ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନିଜିବୀ ସୁବ୍ରତ ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲାବେଳେ ଏକାଡେମୀ ର ସମ୍ପାଦକ ଯଶୋବନ୍ତ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଜେ ଏମ ସ୍ପୋର୍ଟସ ଏକାଡେମୀ ର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ।
୧୯୯୪ ମସିହାରେ ଫାନ୍ସ ଦେଶର ପାରିସ୍ ଠାରେ ହୋଇଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡ଼ା ସମୟରେ କିଛି ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକମାନେ ଗଠନ କରିଥିଲେ ଅନ୍ତର୍ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘ। ଏହି ଦିନଟି ଥିବା ଜୁଲାଇ ୨ ତାରିଖ। ସେବେଠାରୁ ପ୍ରତିବର୍ଷ ଜୁଲାଇ ୨ ତାରିଖ ଦିନ ସାରା ବିଶ୍ୱରେ କ୍ରୀଡ଼ା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ବର୍ଗର ସାମ୍ବାଦିକମାନଙ୍କର ଗୁରୁତ୍ୱ ଓ ବିଶେଷତ୍ୱକ୍ର୍ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଆସୁଛି। ଏହା ସହିତ ଏହି ଦିବସ ଅବସରରେ କ୍ରୀଡ଼ା ସାମ୍ବାଦିକତା ମଧ୍ୟ ଏକ ପେଶା ହୋଇପାରିବ ବୋଲି ବାର୍ତ୍ତା ଦିଆଯାଇଥାଏ। ବିଶେଷ କରି କ୍ରୀଡ଼ା ଓ କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ସଙ୍ଗଠନଗୁଡ଼ିକର ପ୍ରସାର ଓ ପ୍ରଚାର ଦିଗରେ କ୍ରୀଡ଼ା ସାମ୍ବାଦିକମାନଙ୍କର ଭୂମିକାକୁ ସ୍ମରଣ କରିବା ପାଇଁ ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ। ତେଣୁ ପ୍ରତିବର୍ଷ ଏହି ଦିନଟିକୁ ବିଭିନ୍ନ କ୍ରୀଡ଼ା ସଙ୍ଗଠନମାନେ ପାଳନ କରିଥାନ୍ତି।