ରଥଯାତ୍ରା ରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ, କେନ୍ଦ୍ରାପଡ଼ା ଜିଲ୍ଲା ର ସେବା କାର୍ଯ୍ୟ  

1 min read
Spread the love

ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଙ୍ଗଠନ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ପ୍ରତିନିଧି ଙ୍କ ମିଳିତ ସହଯୋଗ ଦ୍ୱାରା ପବିତ୍ର ରଥ ଯାତ୍ରା, ମହାପ୍ରଭୂ ଶ୍ରୀଜଗନ୍ନାଥ, ପ୍ରଭୂ ବଳଭଦ୍ର ଓ ମା ଦେବୀ ସୁଭଦ୍ରା ଙ୍କ ଦର୍ଶନ ଆଶ୍ରିବାଦ୍ ପ୍ରାପ୍ତ ନିମନ୍ତେ, ଶତାଧିକ ଭକ୍ତ ଙ୍କ ସହଯୋଗରେ ପବିତ୍ର ରଥଯାତ୍ରା ସମ୍ପନ୍ନ ହୋଇଛି।ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସ୍ବେଛାସେବୀମାନଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗରେ ଅକ୍ଲାନ୍ତ ପରିଶ୍ରମ ସହିତ ଏହି କାର୍ଯ୍ୟକ୍ରମ ରେ ଜଳୀୟ ପାନୀୟ ବଣ୍ଟନ, ରାସ୍ତା ଘାଟ ପରିଷ୍କାର, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ସ୍ବାସ୍ଥ୍ୟ ସେବା, ସୂଚନା ପ୍ରଦାନ ଆଦି ସେବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଏମ୍ବ ଭାଷାର କୌଣଷି ଭେଦଭାବ ନ କରି ସର୍ବଦା ମାନବିକ ଅଧିକାର କୁ ଉଲଂଘନ ନ କରିବା ନିମନ୍ତେ ମାନବ ଅଧିକାର ରକ୍ଷକ ସଂସ୍ଥା ମାନବିକ ଅଧିକାର କୁ  ପ୍ରୋତ୍ସାହନ ସାମ୍ବିଧାନିକ ନିୟମର ସୁରକ୍ଷା ରଖିବାକୁ କରିବା କୁ ପ୍ରତିଶ୍ରୁତିବଦ୍ଧ ବୋଲି ସୂଚନା ଦିଆଯାଇଛି।

ବିଶେଷ କରି ସାଧାରଣଙ୍କ ଜନତାଙ୍କୁ ହଇରାଣ କରୁଥିବା ବ୍ୟକ୍ତିଙ୍କ ମାନବିକ ଅଧିକାରର ପରାମର୍ଶ, ସୁରକ୍ଷା, ପ୍ରୋତ୍ସାହନ ଏବଂ ରକ୍ଷା ପାଇଁ ବିଶେଷଜ୍ଞ ରୂପରେ କାର୍ଯ୍ୟ କରି ଆସୁଛନ୍ତି। ଆମର ବିଶେଷଜ୍ଞ ଦଳ ଜାତି, ଧର୍ମ, ଲିଙ୍ଗ ଏବଂ ଭାଷାର କୌଣଷି ବିନା ଭେଦଭାବରେ,  ମିଳିତ ଭାବରେ ମାନବ ଅଧିକାର ରକ୍ଷାକାରୀ, ମିଳିତ ସଂଗଠନ ଭାବରେ ଜାତି ସଙ୍ଘର ନିୟମ ଓ କାନୁନ୍ ମାନି ସମଗ୍ର ବିଶ୍ଵ ରେ ପ୍ରମାଣିତ ହୋଇଛି ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଅଧ୍ୟକ୍ଷ ଓ ପ୍ରତିଷ୍ଟାତା ମୀନ କେତନ ପଟ୍ଟନାୟକ କହଛନ୍ତି।

ସମ୍ପ୍ରତି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ଜାତିସଂଘରୁ ଇକୋସୋକ୍ ପ୍ରମାଣପତ୍ର ପ୍ରାପ୍ତ କରିଛନ୍ତି। ଜାତିସଙ୍ଘ ଇକୋସୋକ୍ ଲକ୍ଷ୍ୟ ହେଉଛି, ସମଗ୍ର ବିଶ୍ୱର ନିରନ୍ତର ବିକାଶର ତିନୋଟି ଦିଗ – ସମାଜରେ ଅର୍ଥନ୍ୟେତିକ, ସାମାଜିକ ଏବଂ ପରିବେଶ କୁ ସମଗ୍ର ବିଶ୍ୱରେ ସେବା ର ପ୍ରତୀକ ବୋଲି, ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ଗଲ୍ଫ ଦେଶ ର ସଭାପତି ଓ ଆନ୍ତର୍ଜାତୀୟ ସାଧାରଣ ସମ୍ପାଦକ – ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!