ରାଉରକେଲା ବିସ୍ରା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଜାତୀୟ କନିଷ୍ଠ ବାଳିକା ହକିର ତୃତୀୟ ଦିନରେ ୫ଟି ଖେଳ
1 min read
ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର ତୃତୀୟ ଦିନରେ ୬ଟି ଖେଳ ସ୍ଥାନରେ ୫ଟି ଅନୁଷ୍ଠିତ ହୋଇଛି। ତୃତୀୟ ଦିନର ପ୍ରଥମ ଖେଳରେ କର୍ଣ୍ଣାଟକ ଦଳ ପୁଦୁଚେରୀକୁ ୪-୦ ଗୋଲ୍ରେ ହରାଇଛି। ଦ୍ବିତୀୟ ମ୍ୟାଚ୍ରେ ମଧ୍ୟପ୍ରଦେଶ ଦଳ ଜାମ୍ମୁ କାଶୀରକୁ ୨୧-୦ ଗୋଲ୍ରେ ହରାଇଛି। ସେହିଭଳି ତୃତୀୟ ମ୍ୟାଚ୍ ପଞ୍ଚାବ ଓ ହିମାଚଳ ମଧ୍ୟରେ ହୋଇପାରି ନଥିଲା।

ଚତୁର୍ଥ ମ୍ୟାଚ୍ରେ ଚଣ୍ଡିଗଡ଼ ଦଳ ଉତ୍ତରାଖାଣ୍ଡକୁ ୨-୦ ଗୋଲ୍ରେ ପରାସ୍ତ କରିଛି। ପଞ୍ଚମ ମ୍ୟାଚ୍ ରେ ମିଜୋରାମ ଦଳ ଗୁଜରାଟକୁ ୧୮-୦ ଗୋଲ୍ରେ ହରାଇଛି। ତୃତୀୟ ଦିନର ଶେଷ ଖେଳରେ ଆନ୍ଧ୍ର ପ୍ରଦେଶ ଦଳ ଗୋଆ କୁ ୪-୨ ଗୋଲ୍ରେ ପରାସ୍ତ କରିଛି।