Skip to content
ରାଉରକେଲା ସହରରେ ଆରମ୍ଭ ହେବାକୁ ଯାଉଛି ପ୍ରଖ୍ୟାତ ଅନ୍ତର୍ଜାତୀୟ ଜାଦୁଗର ଶଙ୍କର ସମ୍ରାଟଙ୍କ ଯାଦୁ। ସହରର ଭଞ୍ଜଭବନ ପ୍ରେକ୍ଷାଳୟରେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାଦୁ ଖେଳ ସମ୍ପର୍କରେ ଯାଦୁଗର ଶଙ୍କର ସୂଚନା ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯାଦୁଗର ଦେଇଥିବା ସୂଚନା ମୁତାବକ ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଯାଦୁ ଖେଳ ପ୍ରଦର୍ଶନରେ ପ୍ରତି ଶୋ’ ରେ ମୋଟ ୩୬ଟି ପ୍ରସଙ୍ଗରେ ଖେଳ ପ୍ରଦର୍ଶନ ହେବ। ଏହି ପ୍ରଦର୍ଶନରେ ବିଭିନ୍ନ ପ୍ରସଙ୍ଗଭିତ୍ତିକ ବୋଲି ଶଙ୍କର କହିଛନ୍ତି। ସୂଚନା ମୁତାବକ ଏହି ଖେଳ ସୋମବାର ଓ ଶୁକ୍ରବାର ଦୁଇଟି ଲେଖା ସୋ’ ଏବଂ ଶନିବାର ଓ ରବିବାର ୩ଟି ଲେଖାଏ ସୋ’ ହେବ। ପ୍ରତି ସୋର ଟିକେଟର ମୂଲ୍ୟ ୨୦୦ଟଙ୍କା, ୩୦୦ଟଙ୍କା ଏବଂ ୫୦୦ଟଙ୍କା ରହିଛି ବୋଲି ଜଣାପଡ଼ିଛି। ଏହି ଟିକେଟ କ୍ରୟ ଅନ୍ଲାଇନ ମାଧ୍ୟମରେ ହେବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ https://jadugarshankarsamrat.com/buy-ticket.aspx?tt=2 ଲିଙ୍କ୍ରେ କ୍ଲିକ୍ କରିବା ପାଇଁ ସୂଚନା ଦିଆଯାଇଛି।
Post Views: 414
error: Content is protected !!