ଦକ୍ଷିଣପୂର୍ବ ରେଳବାଇର ବାହାନଗା ବଜାର ଷ୍ଟେସନ୍‌ରେ ମରାମତି କାର୍ଯ୍ୟ ନିମନ୍ତେ ଜୁନ୍‌ ୨୨ ତାରିଖ ପାଇଁ ଅନେକ ଟ୍ରେନ ବାତିଲ

1 min read
Spread the love

ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାହାନଗା ବଜାର ଷ୍ଟେସନ୍‌ ଅଞ୍ଚଳରେ ମରାମତି ଓ ଅନ୍ୟ
କାର୍ଯ୍ୟ ପାଇଁ ଏକାଧିକ ଟ୍ରେନ୍‌ ଗତ କିଛିଦିନ ଦିନ ଧରି ଚଳାଚଳ ବାତିଲ ଚଳିତ ମାସ ୨୨ ତାରିଖ ପାଇଁ ମଧ୍ୟ ଜାରି ରହିଛି। ଏହା ମଧ୍ୟରେ ହାଓଡ଼ା-ଭଦ୍ରକ-ଭୁବନେଶ୍ୱର-ବ୍ରହ୍ମପୁର ଓ ଚେନ୍ନାଇ ରାସ୍ତାରେ ଯାଉଥିବା ଅନେକ ଟ୍ରେନ ରହିଛି। ଏହି ବାତିଲ ଟ୍ରେନ ମଧ୍ୟରେ ରହିଛି ସାଲିମାର-ହାଇଦେରାବାଦ-ସାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌
, ପୁରୀ- ହାଓଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ, ଦିବ୍ରୁଗଡ଼-ସିକନ୍ଦରାବାଦସ୍ ସ୍ୱତନ୍ତ୍ର ଏକ୍ସପ୍ରେସ୍‌, ସନ୍ତ୍ରାଗାଛି-ମାଙ୍ଗାଲୋର ଏକ୍ସପ୍ରେସ ଆଦି ଟ୍ରେନ୍‌ ରହିଛି। ସେହିଭଳି ୨୨ ତାରିଖ ପାଇଁ ଭଦ୍ରକ-ଖଡ଼ଗପୁର-ଭଦ୍ରକ ମେମୁ ଟ୍ରେନ୍‌କୁ ଖଡ଼ଗପୁର-ବାଲେଶ୍ବର ମଧ୍ୟରେ ଚଳାଚଳ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିଭଳି ପୁରୀ – ରିଶିକେଶ-ପୁରୀ ଉତ୍କଳ ଏକ୍ସପ୍ରେସ ଝାରସୁଗୁଡ଼ା-ରାଉରକେଲା-ଟାଟା-ଘାଟଶିଳା-ବାଲେଶ୍ବର-ଭଦ୍ରଖ ରାସ୍ତାରେ ବାତିଲ କରାଯାଇ ଝାରସୁଗୁଡ଼ା-ସମ୍ବଲପୁର-ଅନୁଗୁଳ-କଟକ- ଭୁବନେଶ୍ବର ରାସ୍ତାରେ ଚଳାଚଳ କରାଯାଉଛି । ଏହାକୁ ନେଇ ମଧ୍ୟ ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି। କାରଣ ରଥଯାତ୍ରା ସମୟରେ ରାଉରକେଲା ଦେଇ କୌଣସି ସ୍ବତନ୍ତ୍ର ଟ୍ରେନ୍‌ ପୁରୀ ଚଳାଚଳା କରୁ ନଥିବାରୁ ଉତ୍କଳ ଏକ୍ସପ୍ରେସ ଅନ୍ୟ ଏକ ବିକଳ୍ପ ରହିଥିଲା। ଏହା ଗତ ତିନିଦିନ ଧରି ରାଉରକେଲା ଦେଇ ବାତିଲ ହେବା ଓ ବିକଳ୍ପ ରାସ୍ତାରେ ଯିବା। ସବୁଠାରୁ ବଡ଼କଥା ହେଉଛି ବାତିଲ ଏବଂ ଅନ୍ୟ ରାସ୍ତାରେ ଯିବାହେବା ସମ୍ପର୍କରେ ସୂଚନା ପ୍ରତିଦିନ ସମାନ ରହୁଥିଲାବେଳେ ଏକାଥରକେ ୩/୪ ଦିନ ବା ଅଧିକ ଦିନ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦିଆଯାଉନାହିଁ। ଏହାକୁ ନେଇ ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!