ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ଜୁନ୍‌ ୨୧ ତାରିଖରେ ମଧ୍ୟ ବାତିଲ ହେଲା ଅନେକ ଟ୍ରେନ

1 min read
Spread the love

ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାହାନଗା ଅଞ୍ଚଳରେ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଏକାଧିକ ଟ୍ରେନ୍‌ ଗତ କିଛିଦିନ ଦିନ ଧରି ଚଳାଚଳ ବାତିଲ ଜାରି ରହିଛି। ଜୁନ୍‌ ୨୧ ତାରିଖ ପାଇଁ ବିଭିନ୍ନ ଟ୍ରେନ୍‌ ଚଳାଚଳା ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଏହା ମଧ୍ୟରେ ହାଓଡ଼ା-ଭଦ୍ରକ-ଭୁବନେଶ୍ୱର-ବ୍ରହ୍ମପୁର ଓ ଚେନ୍ନାଇ ରାସ୍ତାରେ ଯାଉଥିବା ଅନେକ ଟ୍ରେନ ରହିଛି। ଏହି ବାତିଲ ଟ୍ରେନ ମଧ୍ୟରେ ରହିଛି ହାଓଡ଼ା- ସତ୍ୟସାଇ ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ୍‌, ସାଲିମାର-ହାଇଦେରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌, ସାଲିମାର – ସିକନ୍ଦରାବାଦ ଏକ୍ସପ୍ରେସ, ପୁରୀ- ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ, ଶାଲିମାର-ସମ୍ବଲପୁର ଏକ୍ସପ୍ରେସ,. ଭାଇଜାଗ-ଶାଲିମାର ଏକ୍ସପ୍ରେସ , ପୁଦୁଚେରୀ-ହାଓଡ଼ା ଏକ୍ସପ୍ରେସ ଆଦିଟ୍ରେନ୍‌ ରହିଛି। ସେହିଭଳି ଭଦ୍ରକ-ଖଡ଼ଗପୁର-ଭଦ୍ରକ ମେମୁ ଟ୍ରେନ୍‌କୁ ଖଡ଼କପୁର-ବାଲେଶ୍ବର ମଧ୍ୟରେ ଚଳାଚଳ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିଭଳି ପୁରୀ – ରିଶିକେଶ-ପୁରୀ ଉତ୍କଳ ଏକ୍ସପ୍ରେସ ଝାରସୁଗୁଡ଼ା-ରାଉରକେଲା-ଟାଟା-ଘାଟଶିଳା-ବାଲେଶ୍ବର-ଭଦ୍ରଖ ରାସ୍ତାରେ ବାତିଲ କରାଯାଇ ଝାରସୁଗୁଡ଼ା-ସମ୍ବଲପୁର-ଅନୁଗୁଳ-କଟକ- ଭୁବନେଶ୍ବର ରାସ୍ତାରେ ଚଳାଚଳ କରାଯାଉଛି । ଏହାକୁ ନେଇ ମଧ୍ୟ ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି। କାରଣ ରଥଯାତ୍ରା ସମୟରେ ରାଉରକେଲା ଦେଇ କୌଣସି ସ୍ବତନ୍ତ୍ର ଟ୍ରେନ୍‌ ପୁରୀ ଚଳାଚଳା କରୁ ନଥିବାରୁ ଉତ୍କଳ ଏକ୍ସପ୍ରେସ ଅନ୍ୟ ଏକ ବିକଳ୍ପ ରହିଥିଲା । ଏହା ମଧ୍ୟ ବାତିଲ କରାଯାଇଛି।

ଗୋଟିଏ ପଟେ ଚଳିତ ମାସ ୨ ତାରିଖ ଦିନ ବାହାନଗା ରେଳ ଦୁର୍ଘଟଣା ପରେ ରେଳାଇ ପକ୍ଷରୁ ଅଳ୍ପ ଦିନ ମଧ୍ୟରେ ରେଳ ଚଳାଚଳ ସ୍ବାଭାବିକ ହେବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହା ସତ୍ତ୍ବେ ସୁଦ୍ଧା ଗତ ଦୁଇ ସପ୍ତାହ ଧରି ନିୟମିତ ବ୍ୟବଧାନରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଅନେକ ଟ୍ରେନ ଚଳାଚଳ ବାତିଲ କିମ୍ବା ଆଂଶିକ ବାତିଲ କୁ ନେଇ ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି।

ଏହା ସହିତ ଅନ୍ୟ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ସହିତ କିଛି ଟ୍ରେନ୍‌କୁ ଆଂଶିକ ବାତିଲ ମଧ୍ୟ କରାଯାଇଛି। ଏ ନେଇ ରେଳାଯାତ୍ରୀମାନେ ତଳେ ଦିଆଯାଇଥିବା ୱେବ୍‌ ଲିଙ୍କ ଦେଖିପାରିବେ।

https://ser.indianrailways.gov.in/view_detail.jsp?lang=0&id=0,4,423&dcd=7023&did=1687248624608C6E4DCDA649CAA2E5042204165C8555A

ସୂଚନା ମୁତାବକ କେନ୍ଦ୍ର ରେଳ ମନ୍ତ୍ରୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ରେଳବାଇ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଏହି ସମୟରେ ସେ ଓଡ଼ିଶା ବାସୀଙ୍କ ରେଳବାଇ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

error: Content is protected !!