ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାହାନଗା ଅଞ୍ଚଳରେ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଏକାଧିକ ଟ୍ରେନ୍‌ ଚଳାଚଳ ବାତିଲ

1 min read
Spread the love

ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାହାନଗା ଅଞ୍ଚଳରେ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଏକାଧିକ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଜୁନ୍‌ ୨୦ ତାରିଖ ଅର୍ଥାତ୍‌ ରଥଯାତ୍ରା ପାଇଁ ଏହିସବୁ ଟ୍ଘ୍ରେନ ଚଳାଚଳା ବାତିଲ କରାଯାଇଥିବା ସୂଚନା ଦିଆଯାଇଛି। ଏହା ମଧ୍ୟରେ ହାଓଡ଼ା-ଭଦ୍ରକ-ଭୁବନେଶ୍ୱର-ବ୍ରହ୍ମପୁର ଓ ଚେନ୍ନାଇଅ ରାସ୍ତାରେ ଯାଉଥିବା ଅନେକ ଟ୍ରେନ ରହିଛି। ଗୋଟିଏ ପଟେ ପବିତ୍ର ରଥଯାତ୍ରା ନିମନ୍ତେ ପୂର୍ବ ତଟ ରେଳବାଇ ପକ୍ଷରୁ ଅନେକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଯାଉଥିଲାବେଳେ ଠିକ୍‌ ରଥଯାତ୍ରା ଦିନ ହାଓଡ଼ା-ଚେନ୍ନାଇ ରାସ୍ତାରେ ଏକାଧିକ ଟ୍ରେନ୍‌ ଚଳାଚଳ ବାତିଲ ଘୋଷଣାକୁ ନେଇ ରେଳଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଏହା ସହିତ ଅନ୍ୟ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ସହିତ କିଛି ଟ୍ରେନ୍‌କୁ ଆଂଶିକ ବାତିଲ ମଧ୍ୟ କରାଯାଇଛି। ଏ ନେଇ ରେଳାଯାତ୍ରୀମାନେ ତଳେ ଦିଆଯାଇଥିବା ୱେବ୍‌ ଲିଙ୍କ ଦେଖିପାରିବେ।

https://ser.indianrailways.gov.in/view_detail.jsp?lang=0&id=0,4,423&dcd=7021&did=1687169503096E40CFAB9E4065C975B0898CF25CD6658

ସୂଚନା ମୁତାବକ କେନ୍ଦ୍ର ରେଳ ମନ୍ତ୍ରୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ରେଳବାଇ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ରଥଯାତ୍ରା ମଧ୍ୟ ଦେଖିପାରନ୍ତି ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!